ସମସ୍ତ ୨୧ ଲୋକସଭା ଆସନରେ ଜିତିବ ବିଜେପି: ଦେବାଶିଷ
ଓଡ଼ିଶାରେ ବିଜେପି ସମସ୍ତ ୨୧ ଲୋକସଭା ଆସନରେ ଜିତିବ

ଓଡ଼ିଶାରେ ବିଜେପି ସମସ୍ତ ୨୧ ଲୋକସଭା ଆସନରେ ଜିତିବ । ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ।
ଏହାଛଡ଼ା ସେ କହିଛନ୍ତି ଯେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ । ରାଜ୍ୟର ବିକାଶ ହେବ । ମେଣ୍ଟ ପାଇଁ ବିଜେପି ନୁହେଁ, ବିଜେଡି ଗୋଡ଼ାଉଥିଲା ବୋଲି ଶ୍ରୀ ନାୟକ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ଚଳିତ ନିର୍ବାଚନ ନିର୍ଣ୍ଣାୟକ ହେବ । ଓଡ଼ିଶାରେ ବିଜେପି ସରକାର ଗଠନ କରିବ ।
।