ବାଲିପାଟଣା ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ

ବାଲିପାଟଣା ବନ ବିଭାଗ ଅଧିନ ପୁବାଗଡ଼ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଛି

ବାଲିପାଟଣା ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ

ବାଲିପାଟଣା ବନ ବିଭାଗ ଅଧିନ ପୁବାଗଡ଼ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଛି | ସ୍ଥାନୀୟ ଲୋକ ଏହାକୁ ବାଘ କିମ୍ବା ହେଟା ବାଘ ବୋଲି କହୁଥିବାବେଳେ ବାସ୍ତବରେ ଏହି ଜନ୍ତୁଟି କଣ ତାହା ସ୍ପଷ୍ଟ ହୋଇ ନାହିଁ | ଆଜି ସକାଳୁ ପୁବାଗଡ଼ ପଦ୍ମପୋଖରୀ ନିକଟରେ ଜଣେ ଯୁବକ ଜନ୍ତୁଟିକୁ ବୁଲୁଥିବାର ଦେଖିଥିଲେ |

ଯୁବକ ଜଣକ ଏହି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡିଙ୍ଗ କରିଥିଲେ | ଅନ୍ୟପକ୍ଷରେ ବାଲିପାଟଣା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ସ୍ଥାନୀୟ ଅଞ୍ଚଳରେ ବାଘ ନାହାନ୍ତି | ହେଟା ବାଘ କିମ୍ବା ଗଧିଆ ହୋଇଥିବେ ବୋଲି କହିଛନ୍ତି | ଏନେଇ ଭୟଭୀତ ନ ହେବାକୁ ସେ ଲୋକଙ୍କୁ ପରମର୍ଶ ଦେଇଛନ୍ତି | ତେବେ ଜନ୍ତୁଟି ବୁଲିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି |