ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଆସନ୍ତା ଜୁଲାଇ ୭ରେ ଅନୁଷ୍ଠିତ ହେବ।

ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଆସନ୍ତା ଜୁଲାଇ ୭ରେ ଅନୁଷ୍ଠିତ ହେବ। ସେହିପରି ଆସନ୍ତା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ । ରଥ ନିର୍ମାଣ ପାଇଁ ବୁଧବାର ତଥା ପବିତ୍ର ଶ୍ରୀରାମ ନବମୀରେ ରଥକାଠ ଚିରଟ ଅନୁକୂଳ ହୋଇଛି । ଖପୁରିଆସ୍ଥିତ ସରକାରୀ କରତ କଳରେ ରଥକାଠ ଚିରଟ ଆରମ୍ଭ ହୋଇଛି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଅପରାହ୍ନରେ ରଥ କାଠ କଟକକୁ ଆସିଥିଲା । ନୀତି ପ୍ରଶାସକ ଜିତେନ୍ଦ୍ର ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବୀନ୍ଦ୍ରନାଥ ଭୋଇ, ବରିଷ୍ଠ ତତ୍ୱାବଧାରକ ସୁଦର୍ଶନ ମେକାପ, ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ରନାଥ ଦାସ, କର୍ମଚାରୀ ବେଣୁଧର ମହାରଣା ପ୍ରମୁଖ ଆଜ୍ଞାମାଳ ଓ ରଥ କାଠ ସହ ଆସିଥିଲେ । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ତିନୋଟି ଧଉରା କାଠ ପ୍ରଥମେ ଚିରଟ ହୋଇଥିଲା । ତେବେ ଗତବର୍ଷରୁ ପ୍ରାୟ ୨୦୦ ରଥକାଠ ବଳକା ଥିବା ବେଳେ ଚଳିତବର୍ଷ ୪୫୦ ଖଣ୍ଡ କାଠ ଅଣାଯାଇଛି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ମୋଟ ୮୧୨ ଖଣ୍ଡ କାଠର ଆବଶ୍ୟକ । ଫାଶି, ଶିମିଳ, ଅଶନ, ଧଉରା, ରାଇ, ମଇ ଭଳି କାଠ ଆଦି କାଠ ଚିରଟ ହୋଇ ରଥଖଳାକୁ ଅକ୍ଷୟ ତୃତୀୟା ପୂର୍ବରୁ ପହଞ୍ଚିବ।