ବଢ଼ିଲା ଅର୍ପଣ ଚାଉଳ ବିବାଦ

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ । ତୁରନ୍ତ ଏହି ଚାଉଳରେ ମହାପ୍ରସାଦ ବନ୍ଦ କରାଯାଉ

ବଢ଼ିଲା ଅର୍ପଣ ଚାଉଳ ବିବାଦ

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ । ତୁରନ୍ତ ଏହି ଚାଉଳରେ ମହାପ୍ରସାଦ ବନ୍ଦ କରାଯାଉ । ଏହି ଦାବୀ କରିଛନ୍ତି ଅର୍ପଣ ଚାଉଳ ଜାଞ୍ଜ କମିଟିରେ ଥିବା ସଦସ୍ୟ ତଥା ବରିଷ୍ଠ ସୂପକାର ସେବକ ଦାମୋଦର ମହାସୁଆର । ତଥା ଗଣମାଧ୍ୟମ ଆଗରେ ସେ ଉଷୁନା ଚାଉଳ କୁ ଦେଖାଇଥିଲେ । ତେବେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଉଷୁନା ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇ ପାରିବ ନାହିଁ । ଏହି ଚାଉଳରେ ମହାପ୍ରସାଦ ବନ୍ଦ କରାନଗଲେ ସେ ଆମରଣ ଅନଶନରେ ବସିବେ ବୋଲି ବରିଷ୍ଠ ସୂପକାର ସେବକ ଦାମୋଦର ମହାସୁଆର ଚେତାବନୀ ଦେଇଥିଲେ । ଏଥିସହ ସେ କହିଥିଲେ ଯେ, ଆଜି ସେ ଚାଉଳ ଯାଞ୍ଜ କଲା ବେଳେ ଅରୁଆ ଚାଉଳରେ ଉଷୁନା ଚାଉଳ ମିଶିଥିବା ଦେଖିବାକୁ ପାଇଲେ । ହେଲେ ତାଙ୍କ କଥା କେହି ନ ଶୁଣିବାରୁ ସେ ବାଧ୍ୟ ହୋଇ ଗଣମାଧ୍ୟମ କୁ ଆସିଲେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଉଷୁନା ଚାଉଳ ବ୍ୟବହାରକୁ ସେ କଦାପି ଗ୍ରହଣ କରିବେ ନାହିଁ । ଏହି ବାରମିଶା ଚାଉଳ କୁ ମହାପ୍ରସାଦ ପ୍ରସ୍ତୁତ ବନ୍ଦ କରାନଗଲେ ଆମରଣ ଅନଶନ ଚେତାବନୀ ଦେଇଥିଲେ ବରିଷ୍ଠ ସୂପକାର ସେବକ ଦାମୋଦର ମହାସୁଆର ।

ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଭକ୍ତଙ୍କ ଠାରୁ ଅରୁଆ ଚାଉଳ, ଗୁଆ, ନଡ଼ିଆ ଅର୍ପଣ ରଥ ମାଧ୍ୟମରେ ସଂଗ୍ରହ କରାଯାଇଥିଲା । ପରେ ଏହା ବିଭିନ୍ନ ମନ୍ଦିର, ଅଙ୍ଗନବାଡ଼ି, ବ୍ଳକ୍ ଅଫିସରେ ପଡ଼ି ରହିଥିଲା । ତେବେ ଭକ୍ତ ଦାନ କରିଥିବା ଅର୍ପଣ ଚାଉଳରେ ଉଷୁନା ସହ ଅରୁଆ ଚାଉଳ ମିଶି ଥିବାରୁ ଏହା ମହାପ୍ରଭୁଙ୍କ କେଉଁ କାର୍ଯ୍ୟରେ ଆସିବ ବୋଲି ପ୍ରଶ୍ନ ଉଠିଥିଲା । ତେବେ ଏହାକୁ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି କରି ଭକ୍ତଙ୍କ ମଧ୍ୟରେ ବାଣ୍ଟି ବାକୁ ନିଷ୍ପତ୍ତି ହୋଇଥଲା । ଚାଉଳ ମାନ ଜାଞ୍ଜ ପାଇଁ ଏକ କମିଟି ଗଠନ ହୋଇଥଲା । ହେଲେ ଗତକାଲି ଏହି ଚାଉଳ ରୁ ମହାପ୍ରସାଦ ପ୍ରସ୍ତୁତ ହୋଇ ଭକ୍ତ ଙ୍କୁ ବଣ୍ଟା ଯାଇଥିଲା । ତେବେ ଆଜି ସେହି ଚାଉଳ ରୁ ଉଷୁନା ଚାଉଳ ବାହାରିବା ନେଇ ଅଭିଯୋଗ ପରେ ଏହାକୁ ନେଇ ବିବାଦ ଓ ବିରୋଧ ହେଇଛି ।