ବିବାହ କରିଗଲେ ଏହି ଅଭିନେତ୍ରୀ
ମିସ୍ ରୁ ମିସେସ୍ ହେଲେ ଅଭିନେତ୍ରୀ ତାପସୀ ପନ୍ନୁ
ମିସ୍ ରୁ ମିସେସ୍ ହେଲେ ଅଭିନେତ୍ରୀ ତାପସୀ ପନ୍ନୁ । ଲୁଚିଛପି ବିବାହ କରିଗଲେ ଏହି ଅଭିନେତ୍ରୀ । ବ୍ୟାଡ୍ମିଣ୍ଟନ ଖେଳାଳିଙ୍କର ହେଲେ ନୂଆବୋହୂ । ଫ୍ୟାନ୍ସ କହିଲେ ଓ୍ୱାହ କ୍ୟା ବାତ୍ ହୈ । କହିବାକୁ ଗଲେ ହୋଲିର ଖାସ୍ ମଉକାରେ ବଲିଉଡ ତରଫରୁ ଦର୍ଶକଙ୍କୁ ଖୁସି କରିବା ଭଳି ଖବର ସାମ୍ନାକୁ ଆସିଛି ।
ଆଜ୍ଞା ହଁ ଫ୍ୟାନ୍ସଙ୍କ ଲୋକପ୍ରିୟ ଅଭିନେତ୍ରୀ ଅଭିନେତ୍ରୀ ତାପସୀ ପନ୍ନୁ ଏବେ ମିସ୍ରୁ ମିସେସ୍ ହୋଇଯାଇଛନ୍ତି ।
ସୂତ୍ରରୁ ଜଣାପଡିଛି, ଏହି ବିବାହ ଉତ୍ସବରେ ଫିଲ୍ମମେକର ଅନୁରାଗ କଶ୍ୟପ ଏବଂ ଫେମସ ପ୍ରଡ୍ୟୁସର କନିକା ଢିଲ୍ଲନ ସାମିଲ ହୋଇଥିଲେ । କନିକା ନିଜ ଇନଷ୍ଟା ଆକାଉଣ୍ଟରେ ତାଙ୍କର ରିସେପସନ୍ ଲୁକ୍ ସେୟାର କରିଥିଲେ । ତେବେ ସ୍ପଷ୍ଟକରିନଥିଲେ ଯେ ଏହା କାହାର ବିବାହ । ଥପ୍ପଡ ଫିଲ୍ମରେ ତାପସୀଙ୍କ କାମ କରିଥିବା ଅଭିନେତା ପାଓ୍ୱଲେ ଗୁଲାଟୀ ବି ବିବାହ ଉତ୍ସବରେ ସାମିଲ ହୋଇଥିଲେ ।
ସେ ବି ତାଙ୍କ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି ଫଟୋ । କୁହାଯାଉଛି କି, ତାପସୀ ଏବଂ ତାଙ୍କ ବୟଫ୍ରେଣ୍ଡ ମାଥିଆସଙ୍କୁ ବିବାହ କରିଥିବା ଫଟୋକୁ ଫ୍ୟାନ୍ସ ମାନେ ଶୁଭେଚ୍ଛା ବି ଦେଇଛନ୍ତି । କହିବାକୁ ଗଲେ ମୈଥିୟାସ ଗତ ୧୦ ବର୍ଷ ହେବ ଦୁହେଁ ଦୁହିଁଙ୍କ ସହ ରିଲେସନଶିପ୍ ରହିଆସୁଛନ୍ତି । ଯଦିଓ ତାପସୀ ନିଜ ରିଲେସନ୍ସକୁ ନେଇ କେବେ ହେଲେ ସୋସିଆଲ ମିଡିଆରେ କିଛି କୁହନ୍ତି ନାହିଁ । ଆଗକୁ ତାପସୀ ଖୁବଶୀଘ୍ର ମୁମ୍ୱାଇରେ ଗ୍ରାଣ୍ଡ ରିସେପସନ୍ ଦେବାର କାର୍ଯ୍ୟକ୍ରମ ରହିଛି ।








