ଆଜିର ରାଶିଫଳ

୨୦୨୩ ମସିହା ଜୁଲାଇ ମାସ ୦୫ ତାରିଖ (ବୁଧବାର)

ଆଜିର ରାଶିଫଳ

         ମହାବୀର ପଞ୍ଜିକା

 ✧═════•❁❀❁•═════✧  

 ଅଦ୍ୟ ଜୁଲାଇ ମାସ ୦୫ ତାରିଖ ୨୦୨୩ ମସିହା(ବୁଧବାର)

ଶକାବ୍ଦ -୧୯୪୫

ସମ୍ବତ -୨୦୮୦

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ପିଙ୍ଗଳ

ଶ୍ରାବଣମାସ-କୃଷ୍ଣପକ୍ଷ

ତିଥି- ଦ୍ଵିତୀୟା ଦିବା ଘ୧୦/୦୫ ପର୍ୟ୍ୟନ୍ତ ତଦନ୍ତେ ତୃତୀୟା

ନକ୍ଷତ୍ର-ଉତ୍ତରାଷାଢ଼ା ଦିବା ଘ୦୬/୧୧ପର୍ୟ୍ୟନ୍ତ ତଦନ୍ତେ ଶ୍ରାବଣ।

ଚନ୍ଦ୍ର- ମକର

ଯୋଗ- ବୈଧୃତି

କରଣ - ଗର

ସୌରମାସ- ମିଥୁନ ୨୧ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୦୮

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୦

*✧═════•❁❀

ଯୋଗିନୀ ଉତ୍ତରେ ଦିବା ଘ୧୦/୦୪  ପର୍ୟ୍ୟନ୍ତ ତଦନ୍ତେ ଅଗ୍ନିକୋଣେ

ସିଂହ ରାଶିର ଘାତଚନ୍ଦ୍ର

କର୍କଟ ରାଶିର ଘାତବାର

✧═════•❁❀❁•═══

କାଳବେଳା - ଦିବା ଘ୦୮/୩୪ ଗତେ ଘ୧୦/୧୪ ମଧ୍ୟେ

ବାରବେଳା - ଦିବା ଘ୧୧/୫୨ ଗତେ ଘ୦୧/୩୫ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। - ଦିବା  ଘ୧୦/୧୪ ଗତେ ଘ୧୦/୫୩ ମଧ୍ୟେ ଓ ଘ୦୧/୩୭ ଗତେ ଘ୦୪/୨୮ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା  ଘ୦୬/୦୮ ଗତେ ଘ୦୭/୫୩ ମଧ୍ୟେ

═✧*══•❁❀❁•═════✧

ଅଦ୍ୟ ବୋଇତିକଖାରୁ ଦିବା ଘ୧୦/୦୫ ଗତେ ପୋଟଳ ଭକ୍ଷଣ ନିଷେଧ

═✧══•❁❀❁•═════✧

 ଡ:ବାୟୁନନ୍ଦନ ମିଶ୍ର 

 ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର

ଅଦୃଶ୍ୟଶକ୍ତି ଭବନ

ଇଟାମୁଣ୍ଡଳୀ, ହଳଦିଆ, କଟକ-୭୫୪୨୦୭

ମୋବାଇଲ-9437064130

www.adrushyashaktiastro.com

✧═════•❁❀❁•═════✧ 

      

꧁ ଆଜିର ରାଶିଫଳ꧂

✧═════•❁❀❁•═════✧

ମେଷ  : ଆଜି  ଦିନଟି  ନିଜର କ୍ୟାରିୟର ସୁଧାର ପାଇଁ   ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।

✧═════•❁❀❁•═════✧

ବୃଷ: ଆଜି ଆପଣଙ୍କ ଭାବନା  ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।

✧═════•❁❀❁•═════✧

ମିଥୁନ:  ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।

✧═════•❁❀❁•═════✧

କର୍କଟ:  ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।

✧═════•❁❀❁•═════✧

 ସି˚ହ:  ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

✧═════•❁❀❁•═════✧

 କନ୍ୟା:  ଆଜି ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।

✧═════•❁❀❁•═════✧

ତୁଳା:  ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।

✧═════•❁❀❁•═════✧

 ବିଛା:  କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।

✧═════•❁❀❁•═════✧

ଧନୁ:  ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।

✧═════•❁❀❁•═════✧

ମକର:  ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।

✧═════•❁❀❁•═════✧

 କୁମ୍ଭ: ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

✧═════•❁❀❁•═════✧

 ମୀନ: ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ି ପାରେ •❁❀❁•═════✧