ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ।

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ପାଣ୍ଡିଆନ୍

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କଲେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଅନୁଗୁଳ ଗସ୍ତରେ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ପ୍ରଭାଳଶାଳୀ ମନ୍ତ୍ରୀ ଥାଇ ୧୦ ବର୍ଷ ଭିତରେ ଅନୁଗୁଳ ପାଇଁ କ'ଣ କରିଛନ୍ତି ବୋଲି ପଚାରିଛନ୍ତି ।

ଅନୁଗୁଳ ଗସ୍ତରେ ଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ପ୍ରଭାଳଶାଳୀ ମନ୍ତ୍ରୀ ଥାଇ ୧୦ ବର୍ଷ ଭିତରେ ଅନୁଗୁଳ ପାଇଁ କ'ଣ କରିଛନ୍ତି ବୋଲି ପଚାରିଛନ୍ତି ।

କହିଛନ୍ତି, ଜିଲ୍ଲାରେ କେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଇଛି, କେତୋଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏପରିକି କଟକ- ଅନୁଗୁଳ ରାସ୍ତା ସମସ୍ୟାର ସମାଧାନ କାହିଁକି ହେଉନି ବୋଲି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ଟି ଯାକ ବ୍ଲକରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିଥାନ୍ତେ। ସେ କାହିଁକି କଲେ ନାହିଁ। ସେହିଭଳି ଏ ଅଂଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି । ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି। ଚାହିଁଥିଲେ ଏ ଅଂଚଳରେ ବହୁ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ । ଫଳରେ ଏ ଅଂଚଳ ଯୁବପିଢି ନିଜର ଦକ୍ଷତା ବୃଦ୍ଧି କରିଥାନ୍ତେ । କାହିଁକି ଏଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେନାହିଁ ବୋଲି ପଚାରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେହିପରି କଟକରୁ ଅନୁଗୁଳକୁ ଦେଇ ସମ୍ବଲପୁର ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥ କାହିଁକି ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଛି ବୋଲି ସେ ପରାରିଛନ୍ତି ।

ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ୪୦ ଥର ଅନୁଗୁଳ ଜିଲ୍ଲା ଆସିଛନ୍ତି । ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାର୍ୟ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା । କିନ୍ତୁ କେନ୍ଦ୍ରମନ୍ତ୍ରୀ ତାହା କରିନାହାନ୍ତି । ଜୁନ ମାସରେ ଥରଟିଏ କାର୍ତ୍ତିକ ପାଣ୍ଡିଆନ ଅନୁଗୁଳ ଜିଲ୍ଲା ଆସିଥିଲେ ।ତାପରେ ୧୦୦ କୋଟି ଟଙ୍କା ଜିଲ୍ଲାକୁ ପ୍ରଦାନ କରାଯାଇଛି ବୋଲି ପାଣ୍ଡିଆନ କହିଛନ୍ତି। ନିଜ ଅଂଚଳ ପାଇଁ ନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଗଡ଼ସନ୍ତ୍ରୀ ଠାରେ ଆହ୍ବାନ ଦେଇଛନ୍ତି । ସଭାରେ ଯୋଗ ଦେବା ପୂର୍ବରୁ ଗଡ଼ସନ୍ତ୍ରୀରେ ଲୋଭି ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲେ ଫାଇଭ-ଟି କାର୍ତ୍ତିକ ପାଣ୍ଡିଆନ । ସେଠାରେ ମାଆଙ୍କୁ ଦର୍ଶନ କରିବା ସହ ପୂଜା କରିଥିଲେ । ପରେ ମନ୍ଦିର ପରିସର ଭିତରେ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପର ସମୀକ୍ଷା କରିଥିଲେ ।

ଗତକାଲି ଭଦ୍ରକ ଗସ୍ତରେ ଯାଇଥିବା ବେଳେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ । କହିଥିଲେ ୧୧ ମାସ ତଳେ ଧାମନଗରରେ ଉପନିର୍ବାଚନ ହୋଇଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଥିଲେ, ସେ ପ୍ରଚାର ବେଳେ ଧାମନଗର ଆସି ଶତାଧିକ ପ୍ରତିଶ୍ରୁତି ଦେଇଥିଲେ । ପ୍ରାର୍ଥୀ ବିଜୟୀ ହେବା ପରେ ତାଙ୍କର ଦେଖାଦର୍ଶନ ନାହିଁ । ଏପରିକି ଧନ୍ୟବାଦ ଦେବାକୁ ମଧ୍ୟ ଥରୁଟିଏ ଆସିନଥିବା କହିଥିଲେ ପାଣ୍ଡିଆନ୍ ।