ଫିରିଙ୍ଗିଆ ସହର ରେ ନନ୍ଦ ଉତ୍ସବ ପାଳିତ

ଫିରିଙ୍ଗିଆ ସହର ରେ ନନ୍ଦ ଉତ୍ସବ ପାଳିତ, ଫଗୁ ଖେଳ ସହ ଖୋଳ କୀର୍ତନ ରେ କମ୍ପିଲା ଫିରିଙ୍ଗିଆ ସହର

ଫିରିଙ୍ଗିଆ ସହର ରେ ନନ୍ଦ ଉତ୍ସବ ପାଳିତ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ରେ ଶ୍ରୀକୃଷ୍ଣ ଙ୍କ ନନ୍ଦ ଉତ୍ସବ ଧୁମ ଧାମ ରେ ପାଳିତ ହୋଇଛି l ଗତ କାଲି ଶ୍ରୀକୃଷ୍ଣ ଙ୍କ ଜନ୍ମ ଉତ୍ସବ ପାଳନ କରାଯାଇ ରାତ୍ରି ଉଜାଗର ରହି ଥିବା ବେଳେ ଆଜି ଦିନ ୧୧. ୩0 ରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କୁ ଯଥା ରୀତି ପୂଜାର୍ଚନା ପରେ ସୁସଜିତ ବିମାନ ରେ ବସାଇ ନଗର ପରିକ୍ରମା କରିବା ସହ ନନ୍ଦ ଉତ୍ସବ ପାଳନ କରା ଯାଇଛି l

ଫିରିଙ୍ଗିଆ ଓଡ଼ିଆ ସାହିରେ ଥିବା ବହୁ ପୁରାତନ ଭାଗବତ ପୀଠ ମନ୍ଦିର ରୁ ବାହାରି କାଳୀ ମନ୍ଦିର, ଶିବ ମନ୍ଦିର, ପିତା ବଳି ମନ୍ଦିର ବାଣିଜ୍ୟ ଭଣ୍ଡାର, ଇନ୍ଦିରା ଗାନ୍ଧୀ ଛକ, ବ୍ଲକ ଛକ ଓ ଫିରିଙ୍ଗିଆ ଥାନା ଦେଇ ପୁଣି ଭାଗବତ ପୀଠ ମନ୍ଦିର କୁ ପ୍ରତ୍ୟାବର୍ତନ କରା ଯାଇଛି l ଭକ୍ତ ଓ ଶ୍ରାଦ୍ଧଳୁ ଆନନ୍ଦ ଉଲ୍ଲାସ ରେ ଖୋଳ କୀର୍ତନ ବାଜା ବାଦ୍ୟ ସହ ଫଗୁ ଖେଳ ରେ ମଜି ଧୁମ ଧାମ ରେ ନନ୍ଦ ଉତ୍ସବ ପାଳନ କରିଛନ୍ତି l

ଭାଗବତ ପିଠ ମନ୍ଦିର ର ପୂଜକ ଜଗନ୍ନାଥ ପଣ୍ଡା, ସୀମାଞ୍ଚଳ ପଣ୍ଡା ଙ୍କ ସହ ଅଞ୍ଚଳ ର ବରିଷ୍ଠ ବ୍ୟକ୍ତି ପତିତପାବନ ପ୍ରଧାନ, ପିତା ବଳି ମନ୍ଦିର ପୂଜକ ସତ୍ୟ ଭୁକ୍ତା, ଦିନ ବନ୍ଧୁ ବିଶୋଇ ଉଦ୍ଧବ ବିଶୋଇ, ଙ୍କ ସହ ବହୁ ବରିଷ୍ଠ ବ୍ୟକ୍ତି ଏବଂ ଭକ୍ତ ଓ ଶ୍ରଦ୍ଧାଳୁ ଏହି ଉତ୍ସବ ରେ ସାମିଲ ହୋଇଥିବା ବେଳେ ଅନ୍ୟ ଏହି ଭଳି କେଳାପଡା ପଞ୍ଚାୟତ ଗେରୁପଡା ଠାରେ ଥିବା ରାଧାକୃଷ୍ଣ ମନ୍ଦିର ରେ ପୁରୋହିତ ଧନେଶ୍ଵର ନନ୍ଦ, ଗ୍ରାମ୍ୟ କମିଟି ସଭାପତି ବିସ୍କେଶନ ବେହେରା, ସମ୍ପାଦକ ରଜନୀ କାନ୍ତ ପ୍ରଧାନ,ଅଜିତ ବେହେରା, ସହ ଗେରୁପଡା ଗ୍ରାମ ବାସୀ ଗାଁ ପରିକ୍ରମା କରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି ।

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ