ବଦଳିଲେ 47 ଥାନା ଅଧିକାରୀ
ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ପରେ ଏବେ ଆଇଆଇସି ସ୍ତରରେ ଅଦଳବଦଳ କରିଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ପରେ ଏବେ ଆଇଆଇସି ସ୍ତରରେ ଅଦଳବଦଳ କରିଛନ୍ତି । 47 ଜଣ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି ।
ସୁଧାଂଶୁ ଜେନାଙ୍କୁ କ୍ୟାପିଟାଲ ଥାନାର ଦାୟିତ୍ୱ ମିଳିଛି । ସେହିପରି ପ୍ରଦୀପ ଜେନାଙ୍କୁ ଚନ୍ଦକା ଥାନା ଆଇଆଇସି ଭାବେ ନିଯୁକ୍ତ ଦିଆଯାଇଛି । ଏହା ସହ ସମିତା ମିଶ୍ର ନନ୍ଦନକାନନ ଥାନା ଆଇଆଇସି, ପ୍ରଦୀପ୍ତ ନାୟକ ଧଉଳି ଥାନା ଆଇଆଇସି, ଚିତ୍ତରଂଜନ ରାଉତଙ୍କୁ ମଧୁପାଟଣା ଆଇଆଇସି ଭାବେ ଦାୟିତ୍ୱ ମିଳିଛି । ଆଇଆଇସି ଭାଗ୍ୟଶ୍ରୀ ସ୍ୱାଇଁଙ୍କୁ କଟକ ମହିଳା ଥାନାକୁ ବଦଳି କରାଯାଇଛି ।
ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କୁ ବାଲିଅନ୍ତା ଥାନାକୁ ବଦଳି କରାଯାଇଥିବା ବେଳେ ବାଲିପାଟଣା ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତିଙ୍କୁ ଜଗତପୁରକୁ ବଦଳି କରାଯାଇଛି । ବାରଙ୍ଗ ଥାନା ଅଧିକାରୀ ଆକାଶ ରଣାଙ୍କୁ ଟ୍ରାଫିକ ଥାନାକୁ ବଦଳି କରାଯାଇଛି ।