ଆଜିର ରାଶିଫଳ

ଆଜିର ରାଶିଫଳ

*ମହାବୀର ପଞ୍ଜିକା*

 *✧═════•❁❀❁•═════✧*   

 *ଅଦ୍ୟ ଜାନୁଆରୀ ମାସ ୦୩ ତାରିଖ ୨୦୨୪ ମସିହା(ବୁଧବାର)*

*ଶକାବ୍ଦ -୧୯୪୫* 

*ସମ୍ବତ -୨୦୮୦*

*ଦିଲ୍ଲୀସ୍ୱରାଦ୍ଧ-୧୪୩୧*

*ସମ୍ବତ୍ସର-ପିଙ୍ଗଳ*

*ପୌଷମାସ-କୃଷ୍ଣପକ୍ଷ*

*ତିଥି- ସପ୍ତମୀ ରାତ୍ରି ଘ୦୭/୫୬ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ*

*ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୩/୩୫ ପର୍ଯ୍ୟନ୍ତ ତଦନ୍ତେ ହସ୍ତା*

*ଚନ୍ଦ୍ର-କନ୍ୟା*

*ଯୋଗ- ଶୋଭନ*

*କରଣ - ବବ*

*ସୌରମାସ- ଧନୁ ୧୯ ଦିନ*

*✧═════•❁❀❁•════✧*

*ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୪୪*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୭/୦୯*

*✧═════•❁❀

*ଯୋଗିନୀ ବାୟବ୍ୟେ ରାତ୍ରି ଘ୦୭/୫୬ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ* 

*ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*

*ବୃଷ ରାଶିର ଘାତଚନ୍ଦ୍ର*

 *କର୍କଟ ରାଶି ର ଘାତବାର*

✧═════•❁❀❁•═══

*କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୦ ମଧ୍ୟେ*

*ବାରବେଳା - ଦିବା ଘ୧୧/୫୦ ଗତେ ଘ୦୧/୧୧ ମଧ୍ୟେ*

══•❁❀❁•═

*ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୫ମଧ୍ୟେ ଓ ଘ୦୮/୦୨ ଗତେ ଘ ୦୮/୫୦ ମଧ୍ୟେ ଓ ରାତ୍ରି ଘ୦୬/୦୫ ଗତେ ଘ ୦୬/୫୫ ମଧ୍ୟେ*

*ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୭/୧୬ ଗତେ ଘ ୦୮/୦୧ ମଧ୍ୟେ ଓ ଘ୦୨/୨୬ ଗତେ ଘ ୦୪/୫୦ ମଧ୍ୟେ*

═✧*══•❁❀❁•═════✧

*ଅଦ୍ୟ ତାଳ ରାତ୍ର ଘ୦୭/୫୬ ଗତେ ନଡ଼ିଆ ଭକ୍ଷଣ ନିଷେଧ*

*═✧*══•❁❀❁•═════✧

 *ଡ:ବାୟୁନନ୍ଦନ ମିଶ୍ର*  

 *ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର* 

*ଅଦୃଶ୍ୟଶକ୍ତି ଭବନ*

*ଇଟାମୁଣ୍ଡଳୀ, ହଳଦିଆ*, *କଟକ-୭୫୪୨୦୭*

*ମୋବାଇଲ-9437064130*

*www.adrushyashaktiastro.com*

*✧═════•❁❀❁•═════✧*  

*꧁ ଆଜିର ରାଶିଫଳ꧂*

        *✧═════•❁❀❁•═════✧*

*ମେଷ*

*ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।* 

*✧═════•❁❀❁•═════✧*  

*ବୃଷ*

*ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।*

*✧═════•❁❀❁•═════✧*  

*ମିଥୁନ*

*ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।* 

*✧═════•❁❀❁•═════✧*  

*କର୍କଟ* 

*ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ । ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।* 

*✧═════•❁❀❁•═════✧*  

*ସିଂହ*

*ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତ ହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।* 

*✧═════•❁❀❁•═════✧*  

*କନ୍ୟା*

*ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟା ଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେ ରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।* 

*✧═════•❁❀❁•═════✧*  

*ତୁଳା*

*ଆଜି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।* 

*✧═════•❁❀❁•═════✧*  

*ବିଛା*

*ଆଜି ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।* 

*✧═════•❁❀❁•═════✧*  

*ଧନୁ*

*ଆଜି ଅତୀତ ସ୍ମୃ ତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।* 

*✧═════•❁❀❁•═════✧*  

*ମକର*

*ଆଜି ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।* 

*✧═════•❁❀❁•═════✧*  

*କୁମ୍ଭ*

*ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।* 

*✧═════•❁❀❁•═════✧*  

*ମୀନ*

*ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ*

*✧═════•❁❀❁•═════✧*