ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର, ଡ୍ରାଇଭର ମୃତ
ଗତକାଲି ରାତିରେଏହି ଘଟିଥିଲା ଦୁର୍ଘଟଣା।

ବମିଖାଲ ଓଭରବ୍ରିଜରୁ ତଳକୁ ଖସିଲା କାର। ଦୁର୍ଘଟଣାରେ ଯୁବ ଡାକ୍ତର ଅମିତ ବିଷୋୟୀଙ୍କ ମୃତ୍ୟୁ । ଅମିତ ଗଞ୍ଜାମ ଅଞ୍ଚଳର ହୋଇଥିବା ବେଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ଥିଲେ।
ଗତକାଲି ରାତିରେଏହି ଘଟିଥିଲା ଦୁର୍ଘଟଣା। ରସୁଳଗଡ଼ ଛକରୁ କଳ୍ପନା ଅଭିମୁଖେ ଏକ ସ୍ୱିଫ୍ଟ କାର୍ ନେଇ ଯାଉଥିଲେ । ବର୍ଷା ଯୋଗୁଁ ରାସ୍ତା ଖାଳଖମା ରହିଥିବା ବେଳେ। ସେହି ଖାଲରେ ପଡିବା କାରଣରୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଆହତ ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଛି।