୩ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୩ଟି ଜିଲ୍ଲାରେ ୪୪୦ଟି ପଞ୍ଚାୟତରେ ୧୦୧ଟି ଲକ୍ଷ୍ମୀ ବସ ଚଳାଚଳ କରିଛି I

ଆଉ ୩ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ I ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍ ଆମ ଜୀବନକୁ ସହଜ କରିଛି ।
ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।
୩ଟି ଜିଲ୍ଲାରେ ୪୪୦ଟି ପଞ୍ଚାୟତରେ ୧୦୧ଟି ଲକ୍ଷ୍ମୀ ବସ ଚଳାଚଳ କରିଛି I ଏହାଦ୍ୱାରା ୨୭ ଲକ୍ଷ ଲୋକ ଉପକୃତ ହେବେ I ଢେଙ୍କାନାଳରେ ୧୯୫ଟି ୫୫ ଟି ବସ ଗଡିବ I ଏଥିରେ ୧୩ ଲକ୍ଷ ଲୋକ ଉପକୃତ ହେବେ I ସେହିପରି ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍ ଚାଲିବ ଏବଂ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍ ଚାଲିବ ଏବଂ ୩ ଲକ୍ଷ ଲୋକ ଉପକୃତ ହେବେ।