ମିଶନ ପୂରା କରି ନିଦରେ ଶୋଇଗଲା ରୋଭର

Chandrayaan-3 Mission: ମିଶନ ପୂରା କରି ନିଦରେ ଶୋଇଗଲା ରୋଭର, ଇସ୍ରୋ କହିଲା- ଏହି ଦିନ ଜାଗ୍ରତ ହେବ ପ୍ରଜ୍ଞା

ମିଶନ ପୂରା କରି ନିଦରେ ଶୋଇଗଲା ରୋଭର

Chandrayaan-3 Mission: ମିଶନ ପୂରା କରି ନିଦରେ ଶୋଇଗଲା ରୋଭର, ଇସ୍ରୋ କହିଲା- ଏହି ଦିନ ଜାଗ୍ରତ ହେବ ପ୍ରଜ୍ଞା

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ମିଶନ ସଂପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ମିଳିଛି। ରୋଭର ନିଜର ମିଶନ ପୂରା କରି ଏବେ ନିଦରେ ଶୋଇ ପଡ଼ିଛି। ଇସ୍ରୋ ଅନୁଯାୟୀ, ରୋଭର ପ୍ରଜ୍ଞାକୁ ସୁରକ୍ଷିତ ଢଙ୍ଗରେ ସ୍ଲିପ୍ ମୋଡରେ ରଖାଯାଇଛି। ଏହା ସହିତ ଏପିଏକ୍ସଏସ ଓ ଏଲଆଇବିଏସ ପେଲୋଡକୁ ମଧ୍ୟ ବନ୍ଦ କରାଯାଇଛି। ଇସ୍ରୋ କହିଛି ପେଲୋଡ୍ସରେ ରହିଥିବା ସମସ୍ତ ତଥ୍ୟକୁ ଲ୍ୟାଣ୍ଡର ବିକ୍ରମ ଜରିଆରେ ପୃଥିବୀକୁ ଟ୍ରାନ୍ସମିଟ୍ କରାଯିବା ପ୍ରକ୍ରିୟା ପୂରା ହୋଇ ସାରିଛି।

ଇସ୍ରୋ ଅନୁଯାୟୀ, ସଂପ୍ରତି ପ୍ରଜ୍ଞାର ବ୍ୟାଟେରୀ ଫୁଲ୍ ଚାର୍ଜରେ ରହିଛି। ରୋଭରର ସୋଲାର ପ୍ୟାନକୁ ଏହି ଧରଣର ସେଟ୍ କରାଯାଇଛି ଯେବେ ସେପ୍ଟେମ୍ବର ୨୨ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ପଡ଼ିବ ତାକୁ ରୋଭର ଗ୍ରହଣ କରି ପାରିବ। ଇସ୍ରୋ ଆଶା ପ୍ରକାଶ କରିଛି ଯେ, ରୋଭର ପ୍ରଜ୍ଞା ନିଜର ପରବର୍ତ୍ତୀ କାମ ପାଇଁ ସଫଳତାପୂର୍ବକ ସକ୍ରିୟ ହେବ। ଏହା ପରେ ଅବଶିଷ୍ଟ କାମ ପୂରା କରିବ। କିନ୍ତୁ ଇସ୍ରୋ ପକ୍ଷରୁ ଏହା କୁହାଯାଇ ନାହିଁ ଯେ, ସେହି ସମୟରେ ରୋଭର ଆଉ କେଉଁ କେଉଁ ସୂଚନା ପ୍ରଦାନ କରିବ।


ଯଦି ରୋଭର ଆକ୍ଟିଭ ନ ହୁଏ

ଯଦି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରୋଭର ସକ୍ରିୟ ନ ହୁଏ ତେବେ କଣ ହେବ ? ଏହି ବିଷୟରେ ମଧ୍ୟ ଇସ୍ରୋ ସୂଚନା ଦେଇଛି। ଇସ୍ରୋ କହିଛି କୌଣସି କାରଣବଶତଃ ପରବର୍ତ୍ତୀ ସୂର୍ଯ୍ୟୋଦୟରେ ରୋଭର ନିଦରୁ ନ ଉଠେ କିମ୍ବା ସକ୍ରିୟ ନ ହୁଏ ତେବେ ରୋଭର ସେହି ଅବସ୍ଥାରେ ଭାରତର ରାଜଦୂତ ପରି ସେଠାରେ ରହିବ। ସୂଚନାଯୋଗ୍ୟ, ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ଅବତରଣ କରାଇ ଇତିହାସ ରଚିଥିଲା ଇସ୍ରୋ। ଏହା ପରେ ଲ୍ୟାଣ୍ଡରରୁ ରୋଭର ପ୍ରଜ୍ଞା ବାହାରି ଚନ୍ଦ୍ର ପୃଷ୍ଠ ଏବଂ ସେଠାକାର ଭୌତିକ ବିଷୟରେ ସୂଚନା ପ୍ରଦାନ କରିଛି।