ଅବସର କାଳୀନ ସମ୍ବର୍ଦ୍ଧନା
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶତାୟୁ ଅନୁଷ୍ଠାନ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଜ୍ୟ, ପ୍ରକ୍ରୁତିବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିଚାଳନା ପରିଷଦ, ଛାତ୍ର ଛାତ୍ରୀ , ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ମାର୍ଚ୍ଚ ମାସ ଏକତିରିଶି ତାରିଖ ଦିନ ଦିଆଯାଇଛି

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଶତାୟୁ ଅନୁଷ୍ଠାନ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାଜ୍ୟ, ପ୍ରକ୍ରୁତିବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିଚାଳନା ପରିଷଦ, ଛାତ୍ର ଛାତ୍ରୀ , ପୁରସ୍କାର ପ୍ରାପ୍ତ ଶିକ୍ଷକ ସଂଗଠନ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ମାର୍ଚ୍ଚ ମାସ ଏକତିରିଶି ତାରିଖ ଦିନ ଦିଆଯାଇଛି। ଏହି ଦିନ ମଧ୍ୟ ପୂର୍ବାହ୍ନ ଏଗାରଟାରେ ଶିଶୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଷଡ଼ଙ୍ଗୀ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଶାଖା ପ୍ରବନ୍ଧକ ଶିବାନନ୍ଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଶିଶୁ ମାନଙ୍କୁ ଶିଶୁ ପ୍ରତିଭା ସମ୍ମାନ ରେ ବିଭୂଷିତ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଷଡ଼ଙ୍ଗୀ ଗ୍ରାମ ସଂଗଠନ ର ସଭାପତି ବୈଷ୍ଣବ ଚରଣ ବେହେରା, ଉପଦେଷ୍ଟା ନବକିଶୋର ବେହେରା, ପରିଚାଳନା ପରିଷଦ ସଭାପତି ନିର୍ମଳ ଚନ୍ଦ୍ର ବିହାରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଅଧ୍ୟକ୍ଷତା କରିଥିଲେ। ସ୍ନାତକ ଶିକ୍ଷକ ବିଜୟ କୁମାର ବରାଳ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନ ଦୁଇଟା ସମୟରେ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ନିର୍ମଳ ଚନ୍ଦ୍ର ବିହାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ଦଣ୍ଡଧର ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଂଜନ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜ୍ଯୋର୍ତିମୟୀ ନାଥ, ନିରଞ୍ଜନ ପ୍ରଧାନ, ଅବସର ପ୍ରାପ୍ତ ତିଗିରିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡକ୍ଟର ଦୁର୍ଗାଚରଣ ନାୟକ, ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ମନୋଜ ମଞ୍ଜରୀ ଲେଙ୍କା, ନିହାରବାଳା ରାଉତ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ଦିପ୍ତିମୟୀ ଲେଙ୍କା, ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କଙ୍କଡ଼ାହାଡ଼ ରବିନାରାୟଣ ମହାନ୍ତି, ଅବସରପ୍ରାପ୍ତ ଗଁଦିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ସାହୁ, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ନୂଆଗଡ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ପଳସାପିଠିଆଗୋଡା ରାଧାନାଥ ଜେନା, ଶିକ୍ଷାବିତ୍ ନରେଶ ଚନ୍ଦ୍ର ମହାରଣା , ଅନ୍ତର୍ଯ୍ୟାମୀ ବାରିକ, ଅକ୍ଷୟ କୁମାର ମିଶ୍ର, ଯୁଗଳ କିଶୋର ଦାଶ, ବିରେନ୍ଦ୍ର କୁମାର ସାମନ୍ତ, ଉଦ୍ ବୋଧନ ଦେଇଥିଲେ
ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ , ପରିଚାଳନା ପରିଷଦ ଓ ବ୍ଳକ ପ୍ରଶାସନ ତରଫରୁ ମାନପତ୍ର ଉପଢୌକନ ଓ ଉପହାର ପ୍ରଦାନ କରାଯାଇଥିଲା ଓ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟ ର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ବିଜୟ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ୍ ସଞ୍ଜୟ କୁମାର ସାମନ୍ତ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ କ୍ରିଷ୍ନଚନ୍ଦ୍ର ସାହୁ, ଅକ୍ଷୟ କୁମାର ସାହୁ, ଅଜିତ କୁମାର ରାଉତ, ଷଡ଼ଙ୍ଗୀ ସବାସମବାୟ ସମିତି ସଭାପତି , ଗୋବର୍ଦ୍ଧନ ନାୟକ,ସହ ସମ୍ପାଦକ ବିନାୟକ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ମୁରଲୀଧର ନାୟକ ପଞ୍ଚାୟତିରାଜ ରାଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାନପୁରା ଶ୍ରୀରାମ ରାଉତ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଶିକ୍ଷକ ରବିନାରାୟଣ ବେହେରା, ଶିକ୍ଷୟିତ୍ରୀ ହିରଣ୍ମୟୀ ପଣ୍ଡା ଓ ମଧୁମିତା ପ୍ରଧାନ ସହଯୋଗ କରିଥିଲେ।