ରାଜନୈତିକ ଦଳ ଆପ୍ ର ଜଣଜାଗରଣ ଯାତ୍ରା ଢେଙ୍କାନାଳ ଜିଲ୍ଲାର ଓଡାପଡ଼ା ବ୍ଲକ ଠାରୁ ଆରମ୍ଭ 

ରାଜନୈତିକ ଦଳ ଆପ୍ ର ଜଣଜାଗରଣ ଯାତ୍ରା ଢେଙ୍କାନାଳ ଜିଲ୍ଲାର ଓଡାପଡ଼ା ବ୍ଲକ ଠାରୁ ଆରମ୍ଭ 

ଆପ୍ ର ଜଣଜାଗରଣ ଯାତ୍ରା ଓଡାପଡ଼ା ବ୍ଲକ ଠାରୁ ଆରମ୍ଭ 

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ପର୍ଯ୍ୟଟନ ସ୍ଥଳୀ ଜୀବନଖୋଲ ଠାରୁ ଜିଲାରେ ଆମ୍ ଆଦମୀ ପାର୍ଟିର ଜଣଜାଗରଣ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି l ଏହି ବ୍ଲକର ୨୮ଟି ପଞ୍ଚାୟତର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକରେ ଏକ କିଟ୍ ସହିତ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଏହି ଯାତ୍ରା ପ୍ରତ୍ୟେକ ପଂଚାୟତରେ ଆରମ୍ଭ ହୋଇଛି l ଏହି କିଟ୍ ରେ ୮ ପ୍ରକାର ସାମଗ୍ରୀ ରହିଛି l ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡାପଡ଼ା ପଞ୍ଚାୟତର ପ୍ରତିନିଧିଙ୍କ ବ୍ୟତୀତ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ରାଜକୁମାର ପ୍ରଧାନ, ପର୍ଜଙ୍ଗ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ଓ କାମାକ୍ଷା ନଗର ପର୍ଯ୍ୟବେକ୍ଷକ ବିଭୁରଞ୍ଜନ ସାହୁ, ବ୍ଲକ ସଭାପତି ମାନଙ୍କ ମଧ୍ୟରେ ଗଁଦିଆର ଶେଷଦେବ ବେହେରା, ହିନ୍ଦୋଳର ମନୋରଞ୍ଜନ ପାଳ ଓଡାପଡ଼ାର ଲକ୍ଷ୍ମଣ ନାଏକ, ଜିଲ୍ଲା ସ୍ତରୀୟ ସକ୍ରିୟ କାର୍ଯ୍ୟକର୍ତ୍ତା ରମେଶ ପଣ୍ଡା, ବିକ୍ରମ ରାଉତ, ସନାତନ ନାଏକ,ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, କାର୍ଯ୍ୟାଳୟ ସମ୍ପାଦକ ଚିନ୍ମୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମାଞ୍ଚଳରେ ସଂଗଠନକୁ ସୁଦୃଢ କରିବା ପାଇଁ ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥା ମଡେଲ ଲୋକମାନଙ୍କ ନିକଟରେ କିପରି ଭାବରେ ପହଁଞ୍ଚି ପାରିବ ଓ ଆଗାମୀ ଦିନରେ ପଞ୍ଚାୟତର ପ୍ରତ୍ୟେକ ଗ୍ରାମର ସମସ୍ୟା ଓ ତାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରିବା ଦଳର ମୁଖ୍ୟ ସିଦ୍ଧାନ୍ତ ଉପରେ କାମ କରି ଗାଁର ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ସମ୍ପର୍କରେ ଜଣାଇବା ଏବଂ ତାହା କିପରି ସାବ୍ୟସ୍ତ କରିବା ପ୍ରତିନିଧି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଆମ୍ ଆଦମୀ ପାର୍ଟିର ବିଭିନ୍ନ ଲୋକାଭିମୁଖୀ ଯୋଜନା ସହିତ ତୁଳନା କରିଥିଲେ। ସଂଗଠନ ଗଠନରେ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା କ'ଣ ରହିବ ଦଳର ବରିଷ୍ଠ ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ପରିଶେଷରେ ସକ୍ରିୟ ସଦସ୍ୟ ପିତାମ୍ବର ଦାସ ଧନ୍ୟବାଦ ଅର୍ପଣ କରି ବୈଠକ ଶେଷ କରିଥିଲେ।