୯୭୦ ବରିଷ୍ଠ ନାଗରିକଙ୍କ ଶନିବାରଠୁ ଆଜ୍‌ମେର୍‌ ଓ ପୁଷ୍କର ପରିଭ୍ରମଣ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର ବରିଷ୍ଠ ତୀର୍ଥ ଯାତ୍ରୀ ମାନେ ଭୁବନେଶ୍ୱର ଅଭିମୁଖେ ଯାତ୍ରା

୯୭୦ ବରିଷ୍ଠ ନାଗରିକଙ୍କ ଶନିବାରଠୁ ଆଜ୍‌ମେର୍‌ ଓ ପୁଷ୍କର ପରିଭ୍ରମଣ

୯୭୦ ବରିଷ୍ଠ ନାଗରିକଙ୍କ ଶନିବାରଠୁ ଆଜ୍‌ମେର୍‌ ଓ ପୁଷ୍କର ପରିଭ୍ରମଣ

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ଭୁବନେଶ୍ବର : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ରାଜ୍ୟର ୯୭୦ ଜଣ ବରିଷ୍ଠ ନାଗରିକ ଓ ୩୦ ଜଣ ସୁରକ୍ଷା ଅଧିକାରୀ ଶନିବାର ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରୁ ତୀର୍ଥଯାତ୍ରୀ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହି ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍‌ ଯାତ୍ରାର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି।

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକମାନେ ରାଜସ୍ଥାନର ଆଜ୍‌ମେର୍‌ ଏବଂ ପୁଷ୍କର ପରିଭ୍ରମଣ କରିବା ପରେ ଚଳିତ ମାସ ୯ ତାରିଖରେ ଓଡ଼ିଶା ଫେରି ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଶୁକ୍ରବାର ପୁରୀ ଜିଲ୍ଲାର ୧୫୯ ଜଣ ତୀର୍ଥଯାତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେମାନଙ୍କ ସହିତ ୫ ଜଣ ସହାୟକଙ୍କୁ ପଠାଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାର ୨୧୧ ଜଣ ତୀର୍ଥଯାତ୍ରୀ ଓ ୭ ଜଣ ସୁରକ୍ଷା ଅଧିକାରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଖୋରଧା ଜିଲ୍ଲାର ୨୧୧ ଯାତ୍ରୀ ଙ୍କୁ ନେଇ ଅଜମେର ଓ ପୁଷ୍କର ଅଭିମୁଖେ ତୀର୍ଥଯାତ୍ରୀ ମାନେ ଯାତ୍ରା ଆରମ୍ଭ କରିଛନ୍ତି l

ମାନ୍ୟବର ବିଧାୟକ ବେଗୁନିଆ,ଖୋରଧା,ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି l

ସେହିପରି ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଜଗତସିଂହପୁର ଜିଲ୍ଲାର ୧୦୭ ଜଣ ବରିଷ୍ଠ ନାଗରିକ ରାଜସ୍ଥାନର ପୁଷ୍କର ଓ ଆଜମେର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଅତିରିକ୍ତ ଜିଲ୍ଲାପାଳ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବା ସହ ସମସ୍ତ ଯାତ୍ରୀଙ୍କୁ ଶୁଭେଛା ଜଣାଇଥିଲେ