‘ରାଜ୍ୟରେ ହେଉନି ପାୱାର କଟ୍, ଓଭରଲୋଡିଂ ପାଇଁ ଟ୍ରିପ୍ କରୁଛି ପାୱାର ଲାଇନ’: ଶକ୍ତି ମନ୍ତ୍ରୀ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ୍ କାଟ୍ ଏହାକୁ ଆହୁରି ଦୁଃର୍ବିସହ କରୁଛି ।

‘ରାଜ୍ୟରେ ହେଉନି ପାୱାର କଟ୍, ଓଭରଲୋଡିଂ ପାଇଁ ଟ୍ରିପ୍ କରୁଛି ପାୱାର ଲାଇନ’: ଶକ୍ତି ମନ୍ତ୍ରୀ

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ବିଦ୍ୟୁତ୍ କାଟ୍ ଏହାକୁ ଆହୁରି ଦୁଃର୍ବିସହ କରୁଛି । ରାଜ୍ୟରେ ବିଦ୍ୟୁତ୍ ସରବରାହରେ କୌଣସି ଅସୁବିଧା ନାହିଁ । ଅନେକ ଜାଗାରେ ଓଭର ଲୋଡିଂ ଦ୍ୱାରା ପାୱାର ଲାଇନ ଟ୍ରିପ ହେଇଯାଉଛି । ବିଶେଷ କରି ଭୁବନେଶ୍ୱର ଅଞ୍ଚଳରେ ଗୋଟେ ଥର ଲାଇନ ଟ୍ରିପ କରିଗଲେ ୬ରୁ ୭ ଘଣ୍ଟା ଲାଗୁଛି ତାକୁ ଠିକ କରିବା ପାଇଁ । ଆଉ ଗାଁ ଗହଳିରେ ଏହି ସମୟ ଟିକିଏ ଅଧିକ ନେଉଛି। କେମିତି ନିରବଛିନ୍ନ ବିଜୁଳି ଯୋଗାଇ ଦେଇ ପାରିବୁ ଆମେ ଆମ ସମସ୍ତଙ୍କ ତରଫରୁ ଚେଷ୍ଟା କରୁଛୁ ।

ଯେଉଁଠି ଲାଇନ କଟି ଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉ ନାହାନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ । ଲୋ ଭୋଲଟେଜ ନେଇ ଯେଉଁ ଅଭିଯୋଗ ଆସୁଛି ସିଧା କଥା କହିବାକୁ ଗଲେ ଟେକ୍ନିକାଲ ତ୍ରୁଟି ରହିଛି । ଯେଉଁଠି ଲାଇନ ଦୂର ବାଟ ରେ ଅଛି , ଟ୍ରାନ୍ସମଫର କାପାସିଟ ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ହେବ । ପିକ ପିରିୟଡ଼ ରେ ରାଜ୍ୟରେ ୫ ହଜାର ୬୦୦ ମେଗାୱାଟର ବିଜୁଳିର ଆବଶ୍ୟକତା ରହୁଛି । ଗତ ବର୍ଷ ଏହା ୫ ହଜାର ୫୦୦ ମେଗାୱାଟ ରହିଥିଲା ।