ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ
ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ । ହରହରିଙ୍କୁ ଏକତ୍ର ପୂଜାର୍ଚ୍ଚନା କରାଯିବାର ଏହା ହେଉଛି ଅନନ୍ୟ ପରମ୍ପରା ।

ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ । ହରହରିଙ୍କୁ ଏକତ୍ର ପୂଜାର୍ଚ୍ଚନା କରାଯିବାର ଏହା ହେଉଛି ଅନନ୍ୟ ପରମ୍ପରା । ସୋମବାର ଏକାଦଶୀ ପଡ଼ିଲେ ଶ୍ରୀମନ୍ଦିରରେ ପାଳିତ ହୁଏ ଶମ୍ଭୁ ଏକାଦଶୀ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ଅନୁଯାୟୀ ଶମ୍ଭୁ ଏକାଦଶୀରେ ଶ୍ରୀମନ୍ଦିରରୁ ଭଣ୍ଡାରରକ୍ଷକ ଶ୍ରୀଲୋକନାଥ ସେବକଙ୍କ ଗହଣରେ ଯାଇ ଶ୍ରୀଲୋକନାଥ ମନ୍ଦିରରେ ବିଜେ ହୁଅନ୍ତି । ପରେ ଶ୍ରୀଲୋକନାଥ ମନ୍ଦିରରେ ବିଜେ ହୁଅନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ।ଶ୍ରୀଲୋକନାଥ ଓ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଏକତ୍ର ସମ୍ପନ୍ନ ହୋଇଥାଏ ।