ସ୍ତ୍ରୀକୁ ହତ୍ୟା ପରେ ପୋଡ଼ିଦେଲା ସ୍ୱାମୀ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରଯୋଳି ବାଲିସାହିରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ହତ୍ୟାକରି ନିଆଁରେ ପୋଡ଼ିଦେଇଛି ।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରଯୋଳି ବାଲିସାହିରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ହତ୍ୟାକରି ନିଆଁରେ ପୋଡ଼ିଦେଇଛି । ମୃତ ମହିଳା ହେଲେ କେରୋଯୋଳି ବାଲିସାହିର ରଙ୍ଗବତୀ ଦାସ । ଏ ନେଇ ପୁଅ ବିକାଶ ଦାସ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସ୍ୱାମୀ ନିରଞ୍ଜନ ଦାସଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ଘରେ କେହି ନଥିବା ସମୟରେ ନିରଞ୍ଜନ ସ୍ତ୍ରୀଙ୍କୁ ହତ୍ୟା କରି ଘରପାଖରେ ନିଆଁ ଲଗାଇ ଜାଳି ଦେଇଥିବା ଜଣାପଡିଛି ।
ଖବର ପାଇ ପୁଅ ବିକାଶ ଦାସ ଘରେ ପହଞ୍ଚି ଦେଖିବା ପରେ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଥି ଅଭିଯୋଗ ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ, କଙ୍କଡାହାଡ଼ ଥାନାଧିକାରିଣୀ ନିର୍ମଳା ଗୋଚ୍ଛାୟତ, ଏସ୍ଆଇ ବିଷ୍ଣୁପ୍ରିୟା ରଣା ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିଲେ । ଅଧାପୋଡ଼ା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲ ପଠାଇବା ସହିତ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣାପଡିବ ବୋଲି ଏସଡିପିଓ କହିଛନ୍ତି ।