ବାର୍ରେ ମିଳୁଥିଲା ନକଲି ମଦ
ବାର୍ ଉପରେ ଅବକାରୀ ଟିମର ରେଡ୍

ବାର୍ ଉପରେ ଅବକାରୀ ଟିମର ରେଡ୍ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାରରେ ଥିବା SR ବାର ଉପରେ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ୧୦ ଜଣିଆ ଟିମ ସାମିଲ ଥିଲା । ବାରରୁ ବ୍ୟାପକ ବେଆଇନ ମଦ, ଠିପି, ଷ୍ଟିକର ଜବତ ହୋଇଛି । ବାରରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ଆଧାରରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି ।
ସେପଟେ ଅବକାରୀ ବିଭାଗ ଡେପୁଟି କମିଶନର ଅରୂପା ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଭଦ୍ରେଶ୍ୱର ଥାନା ଅଧୀନ ଝାଡ଼େଶ୍ୱରପୁର ଗାଁରେ ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା । ଏହି ଘଟଣାରେ ୩ଜଣକୁ ଅଟକ ରଖି ଅବକାରୀ ବିଭାଗ ପଚରା ଉଚରା କରୁଛି । ସେପଟେ ଗତ କିଛିଦିନ ତଳେ ଏପରି ଏକ ଘଟଣା ରାଜଧାନୀରେ ମଧ୍ୟ ଘଟିଥିଲା ।