ବଦଳିଲା ଟ୍ଵିଟର ଲୋଗୋ

ଉଡିଗଲା ଚଢେଇ ଆସିଗଲା x

ବଦଳିଲା ଟ୍ଵିଟର ଲୋଗୋ

ଟୁଇଟରକୁ ନେଇ ପୁଣି ଆସିଲା ବ୍ରେକିଂ ନିଉଜ । ପୁଣି ଏକ ବଡ ବଦଲାବ ସହିତ  ସେସାିଆଲ ମିଡିଆରେ ହଲଚଲ ସୃଷ୍ଟି କରିଲେ ଟୁଇଟର ମାଲିକ ଏଲନ ମସ୍କ । ଟୁଇଟରର ଆଇକନିକ ବ୍ଲୁ ବାର୍ଡ କୁ ପୁଣି ହଟାଇ  ତା ସ୍ଥାନରେ X କୁ ଲୋଗୋ କରିଛନ୍ତି ମସ୍କ । ଏକ ବ୍ଲାକ ବାକଗ୍ରାଉଣ୍ଡରେ ୱାଇଟ  X ର ଏକ ସିମ୍ବଲ ର ଭିଡିଓକୁ ମସ୍କ ପୋଷ୍ଟ କରିଛନ୍ତି । ଏହି ନୂଆ ଲୋଗୋ କୁ ଦେଖିବା ପରେ ଟୁଇଟର ଯୁଜର୍ସ ଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାତାରାତି ପୁଣି ଏହି ନୂଆ ନିଷ୍ପତ୍ତି ନେଇ ସୋସିଆଲ ମିଡିଆ ଯୁଜରଙ୍କୁ ଚମକାଇଛନ୍ତି ମସ୍କ । କେବଳ ଏତିକି ନୁହେଁ ଟୁଇଟରର  ନୀଳ ପକ୍ଷୀ କୁ ଗୁଡ ବାଏ ଏବଂ X ଲେଗୋକୁ ୱେଲକମ୍ କରି ଟୁଇଟ କରିଛନ୍ତି ମସ୍କ । ଏହାରି ପରେ ପରେ ଟୁଇଟରର ସାନଫ୍ରାନସିସ୍କୋ ବିଲଡିଂରେ  ମଧ୍ୟ X ଲୋଗୋ କୁ ହାଇଲାଇଟ୍  କରାଯାଇଥିଲା ।

ତେବେ ବର୍ତ୍ତମାନ ଏଲନ ମସ୍କ ଏବଂ ଟୁଇଟରର ସିଇଓ ଲିଣ୍ଡା ଯାକାରିନୋଙ୍କ ଟୁଇଟର ହାଣ୍ଡେଲର ଲୋଗୋ X ରେ ବଦଳି ସାରିଛି । ଜୁଲାଇ 24  ରେ ଏଲୋନ୍ ମସ୍କ ଟ୍ୱିଟର ପାଇଁ ଏହି ନୂତନ ଲୋଗୋର ଉନ୍ମୋଚନ କରିଥିଲେ ଯେଉଁଥିରେ ଏକ କଳା ପୃଷ୍ଠଭୂମିରେ ଏହି ଧଳା "X" ପ୍ରଦର୍ଶିତ ହୋଇଥିଲା | | ଟୁଇଟରକୁ ନେଇ ଜୁଲାଇ 23 ରେ ଏଲୋନ୍ ମସ୍କ ଟ୍ୱିଟରର ଲୋଗୋ ପରିବର୍ତ୍ତନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏକ ଟୁଇଟ୍‌ରେ ମସ୍କ ଲେଖିଥିଲେ  ଯେ ଆମେ ଟ୍ୱିଟର ବ୍ରାଣ୍ଡ ଏବଂ ଧୀରେ ଧୀରେ ସମସ୍ତ ପକ୍ଷୀଙ୍କୁ ବିଦାୟ ଦେବୁ।

ଏହାପରେ ଅନ୍ୟ ଏକ ଟ୍ୱିଟରେ  ରାତିରେ ବେଶୀ ମାତ୍ରାରେ ଯୁଜର୍ସ ଜଦି X ଲୋଗୋ କୁ ନେଇ ପୋଷ୍ଟ କରନ୍ତି , ତେବେ ଆସନ୍ତାକାଲି  ବିଶ୍ୱବ୍ୟାପୀ ଲାଇଭ୍ କରାଜିବ ବୋଲି ମସ୍କ  ପୋଷ୍ଟ କରିବା ପରେ  ଟ୍ୱିଟର ଲୋଗୋର ପରିବର୍ତ୍ତନ ବିଷୟରେ ଲଗାତାର ମସ୍କ ଟ୍ୱିଟ୍ କରିବା ମାତ୍ରେ ପ୍ରତିକ୍ରିୟା ଆସିବା  ଆରମ୍ଭ ହୋଇଥିଲା | ଏଲନ ମସ୍କ ଜେବେଠାରୁ ଟୁଇଟରର କାରଆଯଭାର ସମ୍ଭାଳିଛନ୍ତି ସେବେଠାରୁ ଟୁଂଟରରେ ବିଭିନ୍ନ ପ୍ରକାର ପରିବରତ୍ତନ ହେବାରେ ଲାଗିଛି ।କିଛି ସମଯ ପୂର୍ବରୁ ମସ୍କ ଟୁଇଟରର ବ୍ଲୁ ବାଡକୁ ବଦଳାଇ  ଡଜି କ୍ରିପ୍ଟୋକରେନ୍ସି ର ଚିହ୍ନ 'ଡଗି ର ଫେସକୁ ଲଗାଇଥିଲେ ଜାହା ପର୍ବର୍ତ୍ତୀ ସମଯରେ   ପୁଣି ବଦଳିଥିଲା ।