ବାତ୍ୟା `ଦାନା'ର କ୍ଷୟକ୍ଷତି ରିପୋର୍ଟ, ୬୦୦ କୋଟିର କ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା
ଆସିଲା ବାତ୍ୟା `ଦାନା'ର କ୍ଷୟକ୍ଷତି ରିପୋର୍ଟ

ଆସିଲା ବାତ୍ୟା `ଦାନା'ର କ୍ଷୟକ୍ଷତି ରିପୋର୍ଟ । ୬୦୦ କୋଟିର କ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା । ବାତ୍ୟାରେ ୧୪ ଜିଲ୍ଲା ପ୍ରଭାବିତ । ଅଧିକ ପ୍ରଭାବିତ ୩ ଜିଲ୍ଲା- ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର । ଜିଲ୍ଲାପାଳମାନେ ଦେଲେ ରିପୋର୍ଟ । ଗତ କିଛି ଦିନ ତଳେ ଓଡିଶାରେ ଦେଖିବାକୁ ମିଳିଥିଲା ବାତ୍ୟା 'ଦାନା'ର ପ୍ରଭାବ। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନ ପ୍ରଭାବିତ ହୋଇଥିଲା। ଅଧିକ ପ୍ରଭାବିତ ହୋଇଥିଲା ଭଦ୍ରକ, କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା। ବର୍ତ୍ତମାନ ୬୦୦ କୋଟିର କ୍ଷତି ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି।
ପଞ୍ଚାୟତିରାଜ ବିଭାଗ ଛଡ଼ା ଅନ୍ୟ ସବୁ ବିଭାଗରୁ ରିପୋର୍ଟ ଆସିଛି। ସଂଧ୍ୟା ସୁଦ୍ଧା ସବୁ ରିପୋର୍ଟ ମିଳିଲା ପରେ ଚୂଡ଼ାନ୍ତ ହିସାବ ହେବ। ମୋଟାମୋଟି ଭାବେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି।୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।ମୋଟ ୧୬, ୪୧୭ ଘର ପ୍ରଭାବିତ ଓ ୨୭ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ।୧୪, ୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ। ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ।