ବାରିପଦାରେ ହେବ କ୍ୟାନସର ହସ୍ପିଟାଲ
ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ , ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ

ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ । ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ । ଖୁବଶୀଘ୍ର ଖୋଲିବ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ । ଏ ନେଇ ଗତକାଲି ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ମୁମ୍ବାଇରୁ ଏକ ୫ ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି ପହଞ୍ଚିଛନ୍ତି । ଗତକାଲି ପ୍ରଥମ ଦିନରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ପହଞ୍ଚି ପିଆରଏମ. ମେଡିକାଲ କଲେଜର ଡିନ୍, ସୁପରିଟେଣ୍ଡଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।