ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ
ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ୟାତନାକୁ ନିନ୍ଦା କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି ବିଜୁ ଜନତା ଦଳ

ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦିଆଯାଇଥିବା ନିର୍ୟାତନାକୁ ନିନ୍ଦା କରିବା ସହ ନ୍ୟାୟିକ ତଦନ୍ତ ଦାବି କରିଛି ବିଜୁ ଜନତା ଦଳ। ଏନେଇ ଆଜି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଛି। ଘଟଣାରେ ପୁଲିସର ସଂପୃକ୍ତି ଥିବାରୁ ପୁଲିସ ତଦନ୍ତ ଉପରେ ଦଳର ଭରସା ନାହିଁ।
ଭରତପୁର ଥାନାରେ ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ଅମାନବୀୟ ନିର୍ୟାତନା ଘଟଣାକୁ ନେଇ ରାଜନୈତିକ ବାୟାନବାଜି ଆରମ୍ଭ ହୋଇଯାଇଛି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛି।