ଭାରସାମ୍ୟ ହରାଇ ଓଲଟିଲା କାର୍, ୨ ଗୁରୁତର

ଭାରସାମ୍ୟ ହରାଇ ଓଲଟିଲା କାର୍

ଭାରସାମ୍ୟ ହରାଇ ଓଲଟିଲା କାର୍, ୨ ଗୁରୁତର

ଭାରସାମ୍ୟ ହରାଇ ଓଲଟିଲା କାର୍ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ସହର ନିକଟସ୍ଥ ରଇଠାଣୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ , ଛତିଶଗଡ ରାୟପୁର ଅଞ୍ଚଳର ୬ ଜଣ ସାଙ୍ଗ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଅଭିମୁଖେ ଏକ କାର୍‌ରେ ଯାତ୍ରା କରୁଥିଲେ । ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ରଇଠାଣୀ ଗ୍ରାମ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହାତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଗୁରୁତର ଆହତ ଦ୍ବୟ ହେଲେ କମଲେଶ ଦେବାଙ୍ଗନ ଓ ସଞ୍ଜୟ ସାହୁ । ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।