ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର

ଏଣିକି ପ୍ରତି ରେଳ ଷ୍ଟେସନରେ ଦ୍ୱିତୀୟ ଶ୍ରେଣୀ କୋଚ୍‌ ନିକଟରେ ମିଳିବ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ପ୍ୟାକେଟ୍‌ ।

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର

ଟ୍ରେନ୍‌ରେ ସାଧାରଣ ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ପ୍ରତି ରେଳ ଷ୍ଟେସନରେ ଦ୍ୱିତୀୟ ଶ୍ରେଣୀ କୋଚ୍‌ ନିକଟରେ ମିଳିବ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ପ୍ୟାକେଟ୍‌ । ମାତ୍ର ୨୦ଟଙ୍କାରେ ୭ଟି ପୁରୀ,ଆଳୁଭଜା ସହ ଆଚାର ମିଳିପାରିବ । କମ୍‌ ଟଙ୍କାରେ ଏଭଳି ସୁବିଧା ପାଇବେ ଯାତ୍ରୀ । ପ୍ୱର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ମିଳିଛି । ସାଧାରଣ ଶ୍ରେଣୀ କୋଚ୍‌ ନିକଟରେ ପ୍ଲାର୍ଟଫର୍ମରେ ମିଳିବ ସ୍ୱଳ୍ପ ମୂଲ୍ୟରେ ଖାଦ୍ୟ ପ୍ୟାକେଟ୍‌ ଓ କୋମ୍ବୋ ମିଲ୍ସ । ସେହିପରି ସୁଲଭ ପ୍ୟାକେଜ୍‌ ପିଇବା ପାଣି ମଧ୍ୟ ମିଳିବ । ରେଳମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି ରହିଛି । ଯାହାଦ୍ୱାରା ସାଧାରଣ ଦ୍ୱିତୀୟ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ମାତ୍ର ୨୦ ଟଙ୍କାରେ ୭ଟି ପୁରୀ,ଆଳୁ ଭଜା ଏବଂ ଆଚାର ପାଇପାରିବେ ।