ଆସନ୍ତୁ ଜାଣିବା ଆଜି ର ରାଶିଫଳ
ଆସନ୍ତୁ ଜାଣିବା ଆଜି ର ରାଶିଫଳ

ମେଷ:~ ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଧନ ପ୍ରାପ୍ତିର ଯୋଗ ରହିଛି। ମାତା ପିତାଙ୍କ ସ୍ବାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ।
ବୃଷ:~ ଦିନଟି ସମ୍ପୂର୍ଣ୍ଣ ଭଲରେ କଟିବ। ସମ୍ମାନ ପ୍ରାପ୍ତିର ଯୋଗ ରହିଛି। ଭ୍ରମଣ ଯୋଗ ରହିଛି। ମନରେ ସାମାନ୍ୟ ଗ୍ଳାନି ଦେଖା ଦେଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିପାରେ।
ମିଥୁନ:~ ଦିନଟି ଏତେ ଭଲ ଫଳ ଦେବ ନାହିଁ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଚିନ୍ତାରେ ଦିନଟି କଟିବ। କାର୍ଯ୍ୟ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ। ପରିବାରରେ ହଠାତ୍ କିଛି ଅସୁବିଧା ସୃଷ୍ଟି ହେବ।
କର୍କଟ:~ ବନ୍ଧୁଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ। ମନ ସାମାନ୍ୟ ଚିନ୍ତିତ ରହିବ। ସୁସମ୍ବାଦ ପାଇ ଖୁସି ହେବେ। ଭ୍ରମଣ ଯୋଗ ରହିଛି। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ସିଂହ:~ ମନକୁ ଦୃଢ଼ ରଖନ୍ତୁ। ବନ୍ଧୁମିଳନର ଯୋଗ ରହିଛି। ନୂତନସ୍ଥାନ ପ୍ରାପ୍ତି କରିପାରନ୍ତି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ପରିବାରର ସହଯୋଗ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟୀମାନେ ଧର୍ଯ୍ୟହରା ହୁଅନ୍ତୁ ନାହିଁ।
କନ୍ୟା:~ ଦିନଟି ମଧ୍ୟମ ଫଳ ଦେବ। ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯାନବାହାନ ଯୋଗୁଁ ଖର୍ଚ୍ଚ ବଢ଼ି ପାରେ। ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚିବେ। ବ୍ୟବସାୟର ବିସ୍ତାର ହେବ।
ତୁଳା:~ ଦିନଟି ମିଶ୍ର ଫଳ ଦେବ। ମନ ପ୍ରସନ୍ନ ରହିବ। ବ୍ୟବସାୟରେ ପ୍ରତିଯୋଗିତା ଲାଗି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପାରିବାରିକ ସ୍ଥିତି ଅବ୍ୟବସ୍ଥିତ ହେବ।
ବିଛା:~ ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ। ଉନ୍ନତିର ମାର୍ଗ ଦେଖାଦେବ। ଛାତ୍ରଛାତ୍ରୀଙ୍କ ସଫଳତାର ଯୋଗ ରହିଛି।
ଧନୁ:~ ଧାର୍ମିକ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବ। ବ୍ୟସ୍ତତା ଭିତରେ ଦିନଟି କଟିବ। ପରିଶ୍ରମର ଫଳ ବହୁତ୍ ଭଲ ରହିବ। ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ।
ମକର:~ ବ୍ୟବସାୟରେ ଲାଭ ଯୋଗ ରହିଛି। ମିତ୍ରଙ୍କ ସାହାଯ୍ୟ ମିଳିବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି। ପୁଞ୍ଜି ନିବେଶ କରିବା ପାଇଁ ମଧ୍ୟ ଶୁଭାଦୟକ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ।
କୁମ୍ଭ:~ ଦୁର୍ଘଟଣା ହେବାର ସମ୍ଭାବନା ଅଛି। ମନ ଅଶାନ୍ତ ରହିବ। ଭାବିଚିନ୍ତି ନିଷ୍ପତି ନିଅନ୍ତୁ। ଚଲାପଥରେ ଅବରୋଧ ଘଟିପାରେ। ଭବିଷ୍ୟତ ଚିନ୍ତାରେ ମନ ଅସ୍ଥିର ରହିବ। ସାଙ୍ଗ ସାଥିଙ୍କ ପାଇଁ ଅସୁବିଧାରେ ପଡ଼ିପାରନ୍ତି।
ମୀନ:~ ଦିନଟି ବହୁତ୍ ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ। ଧନପ୍ରାପ୍ତିର ଯୋଗ ରହିଛି। ନୂତନ ସ୍ଥାନ ପ୍ରାପ୍ତ କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ।
ଜ୍ୟୋତିର୍ବିଦ୍ ଙ୍କ କଲମରୁ