ରାଜ୍ୟ କ୍ୟାବିନେଟ୍‌ର ବୈଠକ ଶେଷ, ୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ।

ରାଜ୍ୟ କ୍ୟାବିନେଟ୍‌ର ବୈଠକ ଶେଷ, ୩ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଶେଷ ହେଲା କ୍ୟାବିନେଟ୍ ବୈଠକ । ରାଜ୍ୟ କ୍ୟାବିନେଟ୍ର ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ । 

ଖବର ଅନୁଯାୟୀ, ଗୁରୁବାର ଦିନ ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ।

ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ଯେଉଁଥିରେ ଗୋପାଳପାଳପୁର ପୋର୍ଟର ୯୫ ସେୟାରକୁ ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି। ଯାହାଫଳରେ ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ। ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ। ଏଥିସହିତ ସରକାରୀ କର୍ମଚାରୀଙ୍କୁ ମୃତ୍ୟୁ ପରେ ତାଙ୍କ ଅବିବାହିତ ଝିଅ ଏବଂ ସାବତ ଝିଅଙ୍କୁ ମଧ୍ୟ ନିଯୁକ୍ତି ପାଇଁ ଅଧିକାର ମିଳିପାରିବ ବୋଲି କ୍ୟାବିନେଟ୍ ପ୍ରସ୍ତାବ ପାରିତ ହୋଇଛି। ସେହିଭଳି ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଗ୍ନିବୀରମାନଙ୍କୁ ପୋଲିସ, ଅଗ୍ନିଶମ ବାହିନୀ, ବନକର୍ମଚରୀ ଏବଂ ଓଡ୍ରାଫ ଆଦି ସଂସ୍ଥାରେ ୧୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ରହିବ।