ଖବର ରଥ ଖଳା ରୁ
ରଥଖଳାରେ ଆଜି ତିନିରଥର ବଳକା ଚକ ଗୁଡିକରେ ଅଖ ଲାଗି ହୋଇ ରଥ ଖଳାରେ ଡେରା ଯାଇଥିବା ବେଳେ ତିନିରଥର ପାଞ୍ଚ ଦଣ୍ଡା ହଣା ଅନୁକୂଳ ପୂଜା ସମ୍ପନ୍ନ ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ।

ରଥଖଳାରେ ଆଜି ତିନିରଥର ବଳକା ଚକ ଗୁଡିକରେ ଅଖ ଲାଗି ହୋଇ ରଥ ଖଳାରେ ଡେରା ଯାଇଥିବା ବେଳେ ତିନିରଥର ପାଞ୍ଚ ଦଣ୍ଡା ହଣା ଅନୁକୂଳ ପୂଜା ସମ୍ପନ୍ନ ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ।
ନନ୍ଦିଘୋଷ ରଥର ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ତାଳଧ୍ୱଜ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଁଏ ଗରଗରା ଚଉପଟ କାର୍ଯ୍ୟ ଜାରୀ ରହିଛି । ଦର୍ପଦଳନ ରଥର ଦୁଇଟି ଚାରି ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଁଏ ଚାରି ନାହାକାର ନିର୍ମାଣ କାର୍ଯ୍ୟ ଜାରୀ ରହିଛି ।
ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଲାଗି ରହିଥିବା ବେଳେ ରଥ ଗୁଡ଼ିକର ତିଖ ଗୁଜ ଏବଂ କୋଣ ଗୁଜ ରୂପ ଖୋଦେଇ ସହ ରୂପରେ ଅଳଙ୍କାର କାର୍ଯ୍ୟ ଜାରୀ ରହିଛି । କମାରଶାଳରେ ତିନିରଥର ଦଣ୍ଡା ପାଇଁ ଦଣ୍ଡା ବିଡ଼ିଆ ଏବଂ ଚଉରସ କଣ୍ଟା ନିର୍ମାଣ ଲାଗି ରହିଛି ।