ଜୋରସୋର ଚାଲିଛି ରାମମନ୍ଦିର ନିର୍ମାଣ କାର୍ଯ୍ୟ

ଜୋରସୋର ଚାଲିଛି ରାମମନ୍ଦିର ନିର୍ମାଣ କାର୍ଯ୍ୟ

ଅଯୋଧ୍ୟାରେ ଚାଲିଛି ରାମଚନ୍ଦ୍ର ଙ୍କ ଭବ୍ୟ ମନ୍ଦିର ର ସୁନ୍ଦର କାରୁକାର୍ଯ୍ୟ ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ଶ୍ରୀ ରାମଚନ୍ଦ୍ର ଙ୍କ ମନ୍ଦିର ନିର୍ମାଣ ର ପ୍ରଥମ ସୋପାନ  l ଅତ୍ୟନ୍ତ ସୁନ୍ଦର ମନଲୋଭା ଏହି ମନ୍ଦିର ର ପ୍ରଥମ କାରୁକାର୍ଯ୍ୟ l ମନ୍ଦିର ଗଢ଼ା ର ପ୍ରଥମ ସୋପାନ ଦେଖି ଲାଗୁଛି ଏହାର ସମ୍ପନ୍ନ ହେଲା ପରେ ଆହୁରି ଆକର୍ଷଣୀୟ ଓ ମନମୋହିତ କରିବ l  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଭୂମିପୂଜନ କରିଥିଲେ l

ମନ୍ଦିର ଟି ଏପରି ଭାବେ ନିର୍ମିତ କରାଯାଇଛି ଯେ ସମଗ୍ର ବିଶ୍ୱରେ ଏହା ଏକ ବିରଳ ମନ୍ଦିର ଭାବେ ପରିଗଣିତ ହେବ ବୋଲି କୁହାଯାଉଛି। ଏହାର କଳାକୃତି ଓ ନିର୍ମାଣ ଶୈଳୀ ବହୁ ଉଚ୍ଚ କୋଟୀର ତାଛଡା ଶିଳ୍ପୀ ଙ୍କ ନିହାଣ ମୁନରେ ନିର୍ମିତ ପଥର ମୂର୍ତ୍ତି ସବୁ ଅତ୍ୟନ୍ତ ଜୀବନ୍ତ ପରି ଲାଗୁଛି। ବର୍ତ୍ତମାନ ଗର୍ଭଗୃହର ଛାତ ନିର୍ମାଣ ପ୍ରାୟ ଶେଷ ହୋଇ ସାରି ଥିବା ବେଳେ ବିଭିନ୍ନ ମଣ୍ଡପ ନିର୍ମାଣ ଜାରି ରହିଛି । ଏଥି ସହ ପାରିପାର୍ଶ୍ବିକ କଳାକୃତି ମଧ୍ୟ ମନ୍ଦିର ନିର୍ମାଣ ର ସମାନ୍ତରାଳ ଭାବେ ତିଆରି କରାଯାଉଛି। ରାମ ମନ୍ଦିରରେ ଗର୍ଭଗୃହର ଠିକ୍ ସାମନାରେ ଗୁଡି ମଣ୍ଡପ, ବାମ-ଡାହାଣରେ କୀର୍ତ୍ତନ ମଣ୍ଡପ, ଗୁଡ଼ି ମଣ୍ଡପ ଆଗରେ ନୃତ୍ୟ ମଣ୍ଡପ ଏବଂ ଏହା ସମ୍ମୁଖରେ ସିଂହଦ୍ୱାରାର ମଧ୍ୟ ରଙ୍ଗ ମଣ୍ଡପର ନିର୍ମାଣ କରାଯାଇଛି । ସବୁକୁ ମିଶାଇ ମୋଟ ପାଞ୍ଚ ଗୋପୁରମ ନିର୍ମାଣର ପ୍ରସ୍ତାବ ରହିଛି ।

ଏହା ହେବ ବିଶ୍ୱର ତୃତୀୟ ବୃହତ୍ତମ ମନ୍ଦିର l ଯେଉଁଠି ବିରାଜମାନ କରିବେ ପ୍ରଭୁ ଶ୍ରୀ ରାମଚନ୍ଦ୍ର l ଏହି ଭବ୍ୟ ବା ଦିବ୍ୟ ମନ୍ଦିର କେବଳ ରାଜସ୍ତାନ ପଥର ରେ ତିଆରି ହବ l  ଏହି ପଥର ଉପରେ ପାଣି ପଡିଲେ ଏହା ଅଧିକ ଚମକି ଥାଏ ବୋଲି କୁହାଯାଉଛି l

ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ନ୍ୟାସୀ ଡା.ଅନିଲ ମିଶ୍ର କହିଛନ୍ତି ଯେ ୨୦୨୪ ଜାନୁଆରୀ ୧୪-୧୫ରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ । ଏହି କାରଣରୁ ମକର ସଂକ୍ରାନ୍ତି ଜାନୁଆରୀ ୧୫ରେ ପାଳନ କରାଯିବ । ଏହି ତିଥିରୁ ସୂର୍ଯ୍ୟଦେବ ଉତ୍ତରାୟଣ ହେବେ ଏବଂ ଶୁଭ କାର୍ଯ୍ୟର ଆରମ୍ଭ ମଧ୍ୟ ହେବ । ଏଥିପାଇଁ ଅନୁଷ୍ଠାନ ଜାନୁଆରୀ ୧ରୁ ଶୁଭ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । କାର୍ଯ୍ୟକ୍ରମର ଶେଷ ଦିନରେ ପ୍ରାଣ ପ୍ରତିଷ୍ଠା ସହ ଭଗବାନଙ୍କ ନେତ୍ର ଖୋଲାଯିବ । ଏହାପରେ ଦର୍ଶନ ଆରମ୍ଭ ହେବ ।

ଏହି ମନ୍ଦିର ମୋଟ ଶହେ ରୁ ଶହେ କୋଡିଏ ଏକର ଜମିରେ ନିର୍ମାଣ କରାଯଇଛି ବୋଲି କୁହାଯାଇଛି l  ଯାହାର ପ୍ରସ୍ତ 270 ଫୁଟ, ଲମ୍ବ 300 ଫୁଟ ଓ ଉଚ୍ଚତା 161 ଫୁଟ ବୋଲି କୁହାଯାଇଛି l  ପୂର୍ଣ୍ଣାଙ୍ଗ ମନ୍ଦିରାଞ୍ଚଳର ପଥର ଖୋଦେଇ କାମ ବହୁତ ଆକର୍ଷଣ କରୁଛି l

ରାମଲଲାଙ୍କ ପ୍ରତିଷ୍ଠା ସମାରୋହରେ ସାରା ଦେଶକୁ ସାମିଲ କରିବା ଯୋଜନା ଯୋଗୁଁ ଅଯୋଧ୍ୟର ମୁଖ୍ୟ କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥିଙ୍କ ସଂଖ୍ୟାକୁ ସୀମିତ କରାଯିବା ଉପରେ ବିଚାର କରାଯାଉଛି । ୨୦୨୦ ଅଗଷ୍ଟ ୫ରେ ରାମ ମନ୍ଦିରର ଭୂମି ପୂଜନ ସମୟରେ ସାରା ଦୁନିଆରେ କରୋନାର ସଂକଟ ଥିଲା । ଏହି କାରଣରୁ ସୀମିତ ସଂଖ୍ୟାରେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅତିଥିଙ୍କ ସୂଚୀ ଚୂଡାନ୍ତ କରାଯିବ ।