୭ ଦିନିଆ ଲଣ୍ଡନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଲଣ୍ଡନରେ ଓଡ଼ିଆ ଏବଂ ପ୍ରବାସୀ ଭାରତୀୟ ମାନଙ୍କୁ ଭେଟିବେ ।

୭ ଦିନିଆ ଲଣ୍ଡନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପର୍ଯ୍ୟଟନକୁ ଆକୃଷ୍ଟ କରିବା ପାଇଁ 7 ଦିନିଆ ଲଣ୍ଡନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ । ତାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶାନାର ଏବଂ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଲଣ୍ଡନ ଯାଇଛନ୍ତି ।

ଲଣ୍ଡନରେ ଓଡ଼ିଆ ଏବଂ ପ୍ରବାସୀ ଭାରତୀୟ ମାନଙ୍କୁ ଭେଟିବେ । ତା ସହ ବିଦେଶି ଟୁର ଅପରେଟରଙ୍କ ସହ ବି ଆଲୋଚନା କରିବେ । ଓଡ଼ିଶାରେ ପର୍ଯ୍ୟଟନର ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି । କିନ୍ତୁ ପର୍ଯ୍ୟଟନ ର ପ୍ରଚାର ପ୍ରସାର ଅଭାବରୁ ତାହା ଆଗକୁ ଯାଇପାରୁନି । ଆଗକୁ ଓଡିଶା ପାଈଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଚାଲୋ ଆପନା ଦେଶ ସ୍ଲୋଗାନ ଆଧାରରେ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହ ଦେଶର କୋଣାନୁକୋଣରୁ ବିଦେଶରେ ରହୁଥିବା ଲୋକଙ୍କ ଶହ ଆଲୋଚନା କରି ଭବିଷ୍ୟତରେ କିଭଳି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ମାନେ ଆସିବେ ସେ ନେଇ ବିଭିନ୍ନ ପଦକ୍ଷେପ ନେବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।