ବିଶ୍ୱକପରୁ ପାକିସ୍ତାନ ବିଦା

ବିଶ୍ୱକପରୁ ପାକିସ୍ତାନ ବିଦା

ନ୍ୟୁଜିଲାଣ୍ଡ ସହ ସେମି ଫାଇନାଲ ଖେଳିବ ଭାରତ । ଏହା ଆଜି ଅଫିସିଆଲ୍ ଭାବରେ ସ୍ପଷ୍ଟ ହୋଇଛି । ପାକିସ୍ତାନକୁ ୩୩୮ ରନର ଟାର୍ଗେଟକୁ ୬.୪ ଓଭରରେ ଜିତିବାର ଥିଲା । ତେବେ ଦଳ ଏହି ଅସମ୍ଭବ ଲକ୍ଷ୍ୟ ହାସଲ କରିପାରିନି । ଯାହା ଦ୍ଵାରା ଭାରତ ନ୍ୟୁଜିଲାଣ୍ଡ ସହ ଖେଳିବା ସ୍ପଷ୍ଟ ହୋଇଛି । ଏହା ଦ୍ବାରା ପାକିସ୍ତାନ ବିଶ୍ଵକପରୁ ବାଦ୍ ପଡିଛି ।

ପାକିସ୍ତାନ ୮ଟି ମ୍ୟାଚରୁ ୪ଟି ବିଜୟ ସହ ଏବେ ପଞ୍ଚମ ସ୍ଥାନରେ ଅଛି । ଆଉ ଅନ୍ତିମ ଲିଗ୍ ମ୍ୟାଚରେ ଇଂଲଣ୍ଡ ସହ ଖେଳୁଛି ।

ଭାରତ ୮ଟି ମ୍ୟାଚରୁ ୮ଟି ବିଜୟ ସହ ୧୬ ପଏଣ୍ଟ ହାସଲ କରି ଟେବୁଲର ପ୍ରଥମ ସ୍ଥାନରେ ଅଛି । ସେହିପରି ସାଉଥ୍ ଆଫ୍ରିକା ଓ ଅଷ୍ଟ୍ରେଲିଆ ୯ଟି ମ୍ୟାଚରୁ ୭ଟି ଲେଖାଏଁ ବିଜୟ ସହ ୧୪ ପଏଣ୍ଟ ହାସଲ କରି ଯଥାକ୍ରମେ ଟେବୁଲର ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ଆଉ ନ୍ୟୁଜିଲାଣ୍ଡ ୯ଟି ମ୍ୟାଚରୁ ୫ଟି ରେ ବିଜୟ ହୋଇ ଦଶ ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

ଏହା ସହିତ ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ସେହିପରି ଦ୍ବିତୀୟ ସେମି ଫାଇନାଲ ୧୬ ନଭେମ୍ବରରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ସେହିପରି ଫାଇନାଲ ୧୯ ତାରିଖ ରବିବାର ଖେଳାଯିବ ।

ବିଶ୍ୱକପରେ ବର୍ତ୍ତମାନ୍ ସାଉଥ ଆଫ୍ରିକାର ଡିକକ୍ ୫୯୧ ରନ ସହ ବର୍ତ୍ତମାନ୍ ସର୍ବାଧିକ ରନ ସ୍କୋର କରିଛନ୍ତି । ସେହିପରି ବୋଲିଂରେ ଶ୍ରୀଲଙ୍କାର ମଧୁସଙ୍କା ୨୧ ୱିକେଟ ସହ ସର୍ବାଧିକ ୱିକେଟ ନେଇଛନ୍ତି।