ନନ୍ଦନକାନନକୁ ଆସିଲେ ୧୬ ଜୀବଜନ୍ତୁ
ସରିଲା ଜନ୍ତୁ ଅଦଳବଦଳ ପ୍ରକ୍ରିୟା

ଗଲେ ୩୫ ଏବଂ ଆସିଲେ ୧୬ ଜନ୍ତୁ । ସରିଲା ଜନ୍ତୁ ଅଦଳବଦଳ ପ୍ରକ୍ରିୟା । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୧୬ ଜୀବଜନ୍ତୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଆସାମର ଗୌହାଟୀ ଚିଡ଼ିଆଖାନା ମଧ୍ୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଶେଷ ହୋଇଛି । ପ୍ରକ୍ରିୟାରେ ଆସାମର ଗୌହାଟୀ ଚିଡ଼ିଆଖାନାରୁ ୪ଟି ପ୍ରଜାତିର ୧୬ ଜୀବଜନ୍ତୁ ଆସିଥିବା ଥିବା ବେଳେ ୫ଟି ପ୍ରଜାତିର ୩୫ ଜୀବଜନ୍ତୁ ନନ୍ଦନକାନନରୁ ଆସାମ ଯାଇଛନ୍ତି ।
ପ୍ରାଣୀ ଉଦ୍ୟାନର ଏକ ୭ ଜଣିଆ ଟିମ୍ ଆସାମ ଯାଇ ଜନ୍ତୁ ଆଣିଛନ୍ତି । ଗୌହାଟୀରୁ ୪ଟି ଅଣ୍ଡିରା ମାଈ ବଡ଼ ହାଡ଼ଗିଳା ଚଢ଼େଇ, ୪ଟି ଅଣ୍ଡିରା ମାଈ ରୋଜି ପେଲିକାନ ଚଢ଼େଇ, ୪ଟି ଅଣ୍ଡିରା ମାଈ ଗ୍ରୀଫନ ଶାଗୁଣା ଓ ୪ଟି ଅଣ୍ଡିରା ମାଈ ଗଙ୍ଗା କଇଁଛ ଆସିଛନ୍ତି । କେନ୍ଦ୍ରୀୟ ଚିଡ଼ିଆଖାନା ଅଧିକାରୀଙ୍କ ଅନୁମତି ପରେ ଆସାମରୁ ଏହି ଜନ୍ତୁ ଆସିଥିବା ଜଣାପଡ଼ିଛି ।