ନୌସେନା ଯବାନଙ୍କ ମୃତ୍ୟୁ

ଭାରତମାର ସେବା କରିବା ପାଇଁ ଯୁବ ବୟସରୁ ଭାରତୀୟ ନୌସେନାରେ ଯୋଗଦେଇଥିଲେ। କଟକ ଜିଲ୍ଲା ତିଗିରିଆ ଥାନା ଅଚଳକୋଟ ଗାଁର ୨୩ ବର୍ଷୀୟ ଜନସନ୍ ବେହେରା । ଗତ ୩ ତାରିଖରେ ଆଣ୍ଡମାନ ନିକୋବର ଦ୍ଵୀପପୁଞ୍ଜର ପୋର୍ଟବ୍ଲେୟାରରେ ଡ଼ିଉଟିରେ ଥିବା ବେଳେ ଦୃଘଟଣାରେ ଚାଲିଗଲା ଯବାନଙ୍କ ଜିବନ। ଗାଁ ସ୍ମଶାନରେ ଶୋକାକୁଳ ପରିବେଶ ଭିତରେ ଭାରତୀୟ ନୌସେନା ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମସଂସ୍କାର କରାଯାଇଛି। ଯୁବ ବୟସରେ ଅକାଳ ମୃତ୍ୟୁ ପରେ ଝୁରୁଛନ୍ତି ପରିବାରରୁ ଆରମ୍ଭ କରି ବନ୍ଧୁପରିଜନ । ମୃତ୍ୟୁର ଖବର ପାଇଁ ଯବାନଙ୍କୁ ଶେଷ ଦର୍ଶନ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।
କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ପରିବେଶ ତାରି ଭିତରେ ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବଙ୍କ ସହ ଭାରତୀୟ ନୌସେନାର ଯବାନ ମାନେ ବିରାଟ ଶୋଭାଯାତ୍ରରେ ମରଶରରକୁ ଶ୍ମଶାନକୁ ନିଆଯାଇଥିଲା । ପେଶାରେ ଡ଼୍ରାଇଭର ଥିବା ବାପା ନିଜର ପୁଅକୁ ବହୁ କଷ୍ଟରେ ପାଠ ପଢ଼ାଇ ଭାରତୀୟ ନୌସେନାରେ ଯବନ ସଜାଇ ମାଟି ମାର ସେବା କରିବାକୁ ପଠାଇଥିଲେ। କେତେ ଆଶା ରଖିଥିଲା ନିଜର ପରିଣତ ବୟସରେ ସାହାରା ହେବେ ପୁଅ ହେଲେ ବିଧିର ବିଧାନ ଥିଲା ଅଲଗା ସାହା ହେବା ବଦଳରେ ପୁଅର ମର ଶରୀର ଫେରିଲା ଗାଁକୁ । ସେପଟେ ଦୃଘଟଣାର କାରଣ ଜଣା ପଡିନଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ମୃତ ଯବନଙ୍କ ବାପା। ଛୋଟ ବେଳୁ ସାଙ୍ଗରେ ପଢୁଥିବା ସାଙ୍ଗମାନେ ଜନସନ୍ ର ମୃତ୍ୟୁ ପରେ ଭୁଲି ପାରୁନାହାନ୍ତି ସାଙ୍ଗ ସହିତ ବିତେଇ ଥିବା ସେ ଅଭୂଲା ମୁହୂର୍ତ୍ତ। ଜନସନ୍ ଙ୍କ ସହିତ ମୃତ୍ୟୁ ଦୁଇ ଦିନପୂର୍ବରୁ ମା ଓ ସାଙ୍ଗ ଶେଷ ଥାର ପାଇଁ କଥା ହେଇଥିବା ଅଭୂଲା ମୁହୂର୍ତ୍ତ କୁ ଛଳ ଛଳ ଆଖିରେ ବଖାଣି ଥିଲେ।
ମୃତ ଯବାନଙ୍କୁ ତାଙ୍କ ଘର ଅଗାରେ ଶେଷ ନୌସେନା ବିଭାଗ ପକ୍ଷରୁ ଜାତୀୟ ପତାକା , ଯବାନଙ୍କ କାର୍ଯ୍ୟରତ ସମୟର ପୋଷାକ ଶେଷ ସନ୍ତକ ଭାବେ ଦିଆଯାଇ ଶେଷ ସମ୍ମାନ ଦିଆଯାଇଥିଲା। ଶେଷ ସନ୍ତକକୁ ବିଭାଗ ପକ୍ଷରୁ ମୃତ ଯବାନଙ୍କ ମାଙ୍କୁ ନୌସେନା ଅଧିକାରୀ ପ୍ରଦାନ କରିଥଲେ।
ଶେଷରେ ଶ୍ମଶାନରେ ମୃତ ଯବନଙ୍କ ସାନଭାଇ ମୁଖାଗ୍ନୀ ଦେବା ପରେ ତୋପ ସଲାମୀ ଦିଆଯାଇଥିଲା । ଶ୍ମଶାନରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୃତ ଯବାନଙ୍କ ମରଶରୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ଯୁବ ବୟସରେ ଯବାନଙ୍କ ମୃତ୍ୟୁ ପାରିବାର ପାଇଁ ଏକ ଅପୂରଣୀୟ କ୍ଷତି ।
କେମିତି ଯବାନଙ୍କ ମୃତ୍ୟୁ ହେଲା ତାହାର କାରଣ ଖୋଜୁଛି ନୌସେନା ବିଭାଗ। ସେପଟେ ତଦନ୍ତ ରିପୋର୍ଟ୍ କୁ ଅପେକ୍ଷା କରିଥିବା ପାରିବାର ଲୋକ ନିଜର ଯବାନ ପୁଅର ମୃତ୍ୟୁକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।