ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ
ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । ଅବିନାଶ କୁମାର ହେଲେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ର ଅତିରିକ୍ତ ସିପି ।

ରାଜ୍ୟରେ ଆଇପିଏସ ସ୍ତରରେ ଅଦଳବଦଳ । ଅବିନାଶ କୁମାର ହେଲେ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍ର ଅତିରିକ୍ତ ସିପି । ତାଙ୍କ ବାଦ୍ ଆଇପିଏସ ଦାୟଲ ଗଙ୍ଗଓ୍ବାରଙ୍କୁ ପୋଲିସ ଆଧୁନିକୀକରଣର ଅତିରିକ୍ତ ଡିଜିପି ପଦକୁ ବଦଳି କରାଯାଇଛି, ସେ ବର୍ତ୍ତମାନ ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟିର ଅତିରିକ୍ତ ଡିଜିପି ଦାୟିତ୍ବରେ ରହିଛନ୍ତି।
ସେହିଭଳି ଆଇପିଏସ ରାଜେଶ କୁମାରଙ୍କୁ ଏଡିଜିପି ରେଲଓ୍ବେ ଏବଂ କୋଷ୍ଟାଲ ସିକ୍ୟୁରିଟି ସହ ଏସଏଫଏସଏଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ଆଇପିଏସ ବି ରାଧିକାଙ୍କୁ ଭିଆରଏସ ଅନୁମତି ମିଳିଛି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଥାଉକି, ଆଇପିଏସ ବି. ରାଧିକା କେନ୍ଦ୍ର ଡେପୁଟେସନରୁ ଆସିଥିଲେ ।