ବଣଭୋଜିରୁ ଗଣ୍ଡଗୋଳରୁ ଫୁଟିଲା ଗୁଳି
1.
ବଣଭୋଜି ଗଣ୍ଡଗୋଳରୁ ଗୁଳିମାଡ଼ I ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଗରେଈଝୁଳି ଗାଁରେ ବଣଭୋଜି ବେଳେ ମାରପିଟ ଓ ଗୁଳିମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି । ଗୁରୁତର ଜଣକ ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ । ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ ଏକ ଇଟା ଭାଟିରେ ବଣଭୋଜି ବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହେଉଥିବା ବେଳେ ସମାଧାନ ଲାଗି ଯାଇଥିବା କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ ସହ ଗୁଳି ମାଡ଼ ହୋଇଥିବା ଜଣାପଡିଛି ।