ଅଗ୍ନିଶମ ସୁରକ୍ଷା ସମ୍ପର୍କିତ ମକ୍ ଡ୍ରିଲ
ସଚେତନତା ଉଦ୍ଦେଶ୍ୟରେ ମକ୍ ଡ୍ରିଲ୍

ଭୁବନ ୨୦.୪- ଭୁବନ ଅଗ୍ନିଶମ ବିଭାଗ ତରଫରୁ ପେଟ୍ରୋଲ ପମ୍ପ ଓ ଭୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ଅଗ୍ନିଶମ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ବିଶ୍ଵାଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଗ୍ନିକ ଅଲେଖ ରାଉତ,ନୃସିଂହ ବେହେରା , ସୂର୍ଯ୍ୟକାନ୍ତ ସେଠୀ ଆଶିଷ ପୃଷ୍ଟି ,ହାବିଲଦାର ମଧୁସୂଦନ ମହାନ୍ତି, ଚାଳକ ଅମରଜିତ୍ ପ୍ରଧାନ ପ୍ରମୁଖ ପ୍ରଥମେ ଭୁବନ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଅଗ୍ନି ନିରାପତ୍ତା ସମ୍ପର୍କ ରେ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ ଓ ମକ ଡ୍ରିଲ୍ କରିଥିଲେ l ପରେ ଭୁବନ ର ବିଭିନ୍ନ ପେଟ୍ରୋଲ ପମ୍ପ ଓ ବଜାର ମାନଙ୍କରେ ଅଗ୍ନିକାଣ୍ଡ ସମ୍ପର୍କରେ ସଚେତନତା କରାଇ ଡେମୋ ପ୍ରଦର୍ଶନ କରିଥିଲେ l