ବିଜେପି ନିର୍ବାଚନ ପ୍ରଭାରୀଙ୍କ ବଡ ବୟାନ, 'ମେଣ୍ଟ ହେବନି

ପୁଣି ମେଣ୍ଟକୁ ନେଇ ନୂଆ ଅପଡେଟ୍‌ ।

ବିଜେପି ନିର୍ବାଚନ ପ୍ରଭାରୀଙ୍କ ବଡ ବୟାନ, 'ମେଣ୍ଟ ହେବନି

ପୁଣି ମେଣ୍ଟକୁ ନେଇ ନୂଆ ଅପଡେଟ୍‌ । ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ପୁଣି ବଡ ଖବର ସାମ୍ନାକୁ ଆସିଛି । ପ୍ରଥମେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟକୁ ନେଇ ଖଣ୍ଡନ କଲେ ଆଉ ଏବେ ପୁଣି ଆଉ ଜଣେ ମେଣ୍ଟକୁ ପୂରାପୂରି ଭାବେ ଖଣ୍ଡନ କରିଛନ୍ତି । ବିଜେପି-ବିଜେଡି ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂହ ତୋମାର୍ ।

ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂହ ତୋମାର୍ କହିଛନ୍ତି, 'ସବୁ ସିଟରେ କେମିତି ଲଢେଇ ହେବ ସେ ନେଇ ଆଲୋଚନା ହୋଇଛି । ମୋ ଜାଣିବାରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । ୮୦ରୁ ଅଧିକ ବିଧାୟକ ଏବଂ ୧୬ରୁ ଅଧିକ ସାଂସଦ ଜିତିବା ଲାଗି ବିଜେପି ଟାର୍ଗେଟ ରଖିଛି । ଯିଏ ମେଣ୍ଟ ନେଇ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ ପଚାରନ୍ତୁ । ନିର୍ବାଚନ ପାଇଁ ନିରନ୍ତର ପ୍ରସ୍ତୁତି ଚାଲିଛି । ସବୁ ସିଟରେ ଲଢ଼ିବା ପ୍ରସ୍ତୁତ ହେଉଛି ଦଳ । ପୁରୀ ଓ ଭୁବନେଶ୍ଵର ପାଇଁ ଆମର ପ୍ରାର୍ଥୀ ଅଛନ୍ତି । ପୁରୀ ପାଇଁ ସମ୍ବିତ ପତ୍ର ପ୍ରାର୍ଥୀ ଅଛନ୍ତି ଏବଂ ଭୁବନେଶ୍ଵରରେ ଅପରାଜିତା ଷଡ଼ଙ୍ଗୀ ସାଂସଦ ଅଛନ୍ତି । ତେଣୁ କେବଳ ଏହି ଦୁଇ ସିଟ ନୁହେଁ, ସବୁ ସିଟରେ ଦଳ ଲଢିବ।'

:BJD BJP Alliance: ବିଜେଡି ବିଧାୟକଙ୍କ ବଡ ବୟାନ, 'ମେଣ୍ଟ ପାଇଁ BJD ରାଜି'

ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହିତ ଆଉ ଏକ ବଡ ବୟାନ ଦେଇଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ । ସେ କହିଛନ୍ତି, ଦୁଇଟି ଆସନରେ ଆମର ପ୍ରାର୍ଥୀ ଅଛନ୍ତି । ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ଏବଂ ଭୁବନେଶ୍ବର ଆସନରୁ ଅପରାଜିତା ଷଡଙ୍ଗୀ । ଓଡ଼ିଶାରେ ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିବା ବେଳେ ଆଗୁଆ ଏଭଳି କହିଛନ୍ତି ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂହ ତୋମାର । ଅର୍ଥାତ୍ ଏଥିରୁ ସ୍ପଷ୍ଟ ଯେ, ପୁରୀରୁ ସମ୍ବିତ ଏବଂ ଭୁବନେଶ୍ବରରୁ ଅପରାଜିତା ଲଢିବେ ।