ପୁରୀ ରେ ଟ୍ରାଫିକ ବ୍ୟବସ୍ଥା ନେଇ ଜିଲ୍ଲାପାଳ ଙ୍କ ସମୀକ୍ଷା

ବଡ଼ଦାଣ୍ଡ ର ଦୁଇ ପାର୍ଶ୍ବ ଓ ଜବର ଦଖଲ ଉପରେ ଗୁରୁତ୍ବ

ପୁରୀ ରେ ଟ୍ରାଫିକ ବ୍ୟବସ୍ଥା ନେଇ ଜିଲ୍ଲାପାଳ ଙ୍କ ସମୀକ୍ଷା

26.04.23 ରେ, ପୁରୀ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମେଡିକାଲ୍ ଛକରୁ ବାଟଗାଁ ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିଥିଲେ | ରାସ୍ତାର ପ୍ରଶସ୍ତିକରଣ ଓ ଆଗନ୍ତୁକ ପର୍ଯ୍ୟଟକ ତଥା ନାଗରିକ ମାାନଙ୍କ ପୁରୀକୁ ସହଜରେ ଯାତାୟାତ ନେଇ ବରିଷ୍ଠ ପଦାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।

ଆଗକୁ ଆସୁଛି ବିିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସେନେଇ ଶ୍ରଦ୍ଧାଳୁ ମାନେ କିପରି ଶୃଙ୍ଖଳା ସହିତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବେ ସେନେଇ ଟ୍ରାଫିକ ବ୍ୟବସ୍ଥା କୁ ମଧ୍ୟ ସରଳ କରାଇଥିଲେ।

ତେବେ ବଡ଼ଦାଣ୍ଡ ରେ ଗଢି ଉଠିଥିବା ଏବଂ ଜବରଦଖଲ ହୋଇଥିବା କେତେକ ବ୍ୟବସାୟୀ ଓ ବାସଘରକୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେବା ସହ ବଡ଼ଦାଣ୍ଡ କୁ ସମ୍ପୂର୍ଣ୍ଣ ଫ୍ରି ରଖିବା ପାଇଁ ପରାମର୍ଶ ଦେଇଥିଲେ ଯେଉଁଥିରେ ପର୍ଯ୍ୟଟକ ମାନଙ୍କ ଗମନାଗମନ ରେ ବେଶ୍ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇ ହେବ ବୋଲି ଆଶା ପ୍ରକଟ କରିଥିଲେ |