ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର

ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା

ଭୁବନେଶ୍ବରରେ ଗ୍ଲୋବାଲ ଡେଲିଭରି ସେଣ୍ଟର ପ୍ରତିଷ୍ଠା କରିବ ଆକ୍ସେଞ୍ଚର

ଆଇଟି କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ବହୁ-ରାଷ୍ଟ୍ରୀୟ କମ୍ପାନି ଆକ୍ସେଞ୍ଚର ପକ୍ଷରୁ ଭୁବନେଶ୍ବରରେ ବୈଶ୍ୱିକ ସେବା ପ୍ରଦାନ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଆକ୍ସେଞ୍ଚରର କଣ୍ଟ୍ରି ମ୍ୟାନେଜିଂ ଡାଇରେକ୍ଟର ଅଜୟ ବିଜଙ୍କ ନେତୃତ୍ଵରେ ଏକ ବରିଷ୍ଠ ପ୍ରତିନିଧି ଦଳ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଜ୍ୟ ପାଇଁ କମ୍ପାନିର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ଆଲୋଚନା ସମୟରେ ଆକ୍ସେଞ୍ଚର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ଗଭର୍ଣ୍ଣମେଣ୍ଟ ରିଲେସନ୍ ଲିଡ୍ ପୁନୀତ ଜେ କୁମାର ଏବଂ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ ବୁରାଇ, ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର ଏବଂ ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶ୍ରୀ ଭିଜ୍ କହିଛନ୍ତି ଯେ, ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଓଡ଼ିଶାର ଆଇଟି ଇକୋସିଷ୍ଟମ ଏବଂ ପ୍ରତିଭା ପରିପୂର୍ଣ୍ଣ ମାନବ ସମ୍ବଳ ସହର ଭୁବନେଶ୍ବରରେ ଆମର ନୂତନ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ। ଏହି ନୂତନ କେନ୍ଦ୍ର ସମଗ୍ର ବିଶ୍ବର ଗ୍ରାହକଙ୍କୁ ବୈଷୟିକ ସେବା ଯୋଗାଇବାରେ ସହାୟକ ହେବ ଏବଂ ରାଜ୍ୟର ଯୁବପିଢିମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ। ଓଡ଼ିଶାରେ ଆକ୍ସେଞ୍ଚରର ନୂତନ ପ୍ରୟୋଗ କେନ୍ଦ୍ର ପ୍ରତିଷ୍ଠା ତଥା ଏହାର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ଆକ୍ସେଞ୍ଚର ହେଉଛି ବିଶ୍ବର ଅନ୍ୟତମ ବୃହତ୍ ବୃତ୍ତିଗତ ବୈଷୟିକ ସେବା କମ୍ପାନି। ଏହି କମ୍ପାନି ୧୨୦ରୁ ଅଧିକ ଦେଶରେ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ବିଭିନ୍ନ ସଂସ୍ଥାକୁ ସେମାନଙ୍କ ବ୍ୟବସାୟର ପୁନରୁଦ୍ଧାର କରିବା, ସେମାନଙ୍କ କାର୍ଯ୍ୟକୁ ସର୍ବୋଚ୍ଚ ଶିଖରକୁ ନେଇଯିବା ଏବଂ ବ୍ୟାପକ ସେବା, ସମମସ୍ୟାର ସମାଧାନ ତଥା ସେମାନଙ୍କ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାରେ ସାହାଯ୍ୟ କରିଆସୁଛି।