ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ

ଏହାସହ ସପ୍ତାହକ ମଧ୍ୟରେ ମହିଳା ବିରୋଧୀ ହିଂସାର ତଥ୍ୟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ।

ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ

ଭରତପୁର ଘଟଣାକୁ ନେଇ ପରୋକ୍ଷ ଭାବେ ପୋଲିସକୁ କଡ଼ା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l

ଏହାସହ ସପ୍ତାହକ ମଧ୍ୟରେ ମହିଳା ବିରୋଧୀ ହିଂସାର ତଥ୍ୟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ । 

ସେପଟେ ଭରତପୁର ଥାନା ଘଟଣାରେ ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ୍ ଟିମ୍ । ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରି ଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ନେଇ ରବିବାର ଦିନ ଗୁଜରାଟ ଅଭିମୁଖେ ବାହାରିବ କ୍ରାଇମବ୍ରାଞ୍ଚ୍ ଟିମ୍ । 

ସୋମବାର ଦିନ ଭରତପୁର ଥାନାର ନିଲମ୍ୱିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ,ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ହେବ । ଏଥିସହ ଅନ୍ୟ ଚାରି ଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କ ମଧ୍ୟ ଗୁଜରାଟରେ କରାଯିବ ପଲିଗ୍ରାଫ ଟେଷ୍ଟ। ଟେଷ୍ଟ ରିପୋର୍ଟ ଆସିବା ପରେ ପୋଲିସ କେତେ ସତ କହୁଛି ତାର ପ୍ରମାଣ ମିଳିବ ।