ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଦିଲ୍ଲୀରେ ବଡ଼ ହଲଚଲ
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଦିଲ୍ଲୀରେ ବଡ଼ ହଲଚଲ

ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଦିଲ୍ଲୀରେ ବଡ଼ ହଲଚଲ। ସଂସଦ ଭବନ ପରିସରରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ସାମିଲ ହୋଇଥିବା ସବୁ ଦଳର ନେତାଙ୍କୁ ବାଂଲାଦେଶ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର। ବାଂଲାଦେଶରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି।
ଏହାସହ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର କହିଛନ୍ତି, ଶେଖ ହସିନାଙ୍କୁ ନେଇ କୌଣସି ନିଷ୍ପତି ହୋଇନାହିଁ। ଏହି ବୈଠକରେ ଇଣ୍ଡି ମେଣ୍ଟର ନେତାଙ୍କ ସମେତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଥିଲେ। ବାଂଲାଦେଶରେ ଥିବା ୮ହଜାର ଛାତ୍ରଛାତ୍ରୀ ଭାରତ ଫେରିଥିବା ବେଳେ ଅନ୍ୟ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉପରେ ଗୁରୁତ୍ବ ଦିଆଯାଇଛି।