ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ, ଗୃହରେ କହିଲେ ବିଜେଡି ବିଧାୟକଙ୍କ ପରାଜୟର କାରଣ
ବଦ୍ରି ପାତ୍ର କହିଛନ୍ତି, ରାଜ୍ୟରେ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ସାରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।

ବିଧାନସଭା ଅଧିବେଶନ ଜାରି ରହିଛି। ବିଧାନସଭା ଶୀତ ଅଧିବେଶନର ପଞ୍ଚମ କାର୍ଯ୍ୟ ଦିବସରେ ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ଏସବୁ ଭିତରେ ବିଧାନସଭାରେ ଉଠିଲା ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗ। ଏହି ପ୍ରସଙ୍ଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଉତ୍ତର ରଖିଥିବାବେଳେ ଚର୍ଚା ବଢ଼ାଇଛି ବଦ୍ରି ପାତ୍ର ବୟାନ।
ବଦ୍ରି ପାତ୍ର କହିଛନ୍ତି, ରାଜ୍ୟରେ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ସାରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ପାନୀୟ ଜଳ ପ୍ରକଳ୍ପ ପୂରଣ ହୋଇପାରିଲା ନାହିଁ। ଯାହାର ପ୍ରଭାବ ବିଧାୟକଙ୍କ ଉପରେ ପଡିଲା। କିଛି ବିଜେଡି ବିଧାୟକ ବହୁତ କମ ଭୋଟରେ ନିର୍ବାଚନ ହାରିଛନ୍ତି। ପାନୀୟ ଜଳ ପ୍ରକଳ୍ପ ପୂରଣ ନହୋଇଥିବାରୁ ତାର ପ୍ରଭାବ ମଧ୍ୟ ନିର୍ବାଚନ ଉପରେ ପଡିଲା ବୋଲି ବିଧାୟକ କହିଛନ୍ତି।