ଫେବୃଆରୀ ୧୫ରେ ରାଜ୍ୟସଭା ସଦସ୍ୟ ଲାଗି ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ
ଫେବୃଆରୀ ୧୫ରେ ରାଜ୍ୟସଭା ସଦସ୍ୟ ପଦବୀ ଲାଗି ଅଶ୍ବିନୀ ବୈଷ୍ଣବ ନାମାଙ୍କନ ଭରିବେ ।

ଫେବୃଆରୀ ୧୫ରେ ରାଜ୍ୟସଭା ସଦସ୍ୟ ପଦବୀ ଲାଗି ଅଶ୍ବିନୀ ବୈଷ୍ଣବ ନାମାଙ୍କନ ଭରିବେ । ପୂର୍ବାହ୍ନ ୧୦ଟା ସମୟରେ ନାମାଙ୍କନ ଭରିବେ ଅଶ୍ବିନୀ ବୈଷ୍ଣବ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ମନମୋହନ ସାମଲ ଓ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ । ଏ ନେଇ ବିଜେପି ବିଧାୟକ ନାଉରୀ ନାଏକ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ତୃତୀୟ ପ୍ରାର୍ଥୀ ନେଇ ଯେଉଁ ସସ୍ପେନ୍ସ ରହିଥିଲା ତାହା ଆଜି ସ୍ପଷ୍ଟ ହୋଇଛି । ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ପୁଣି ଥରେ ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି । ଅଶ୍ବିନୀଙ୍କ ପ୍ରାର୍ଥୀ ନେଇ ନାମ ଘୋଷଣା କରିଛି ବିଜେପି । ସେହିପରି ମଧ୍ୟପ୍ରଦେଶରୁ ଏଲ. ମୁଋଗନ, ଉମେଶ ନାଥ ମହାରାଜ, ମାୟା ନରୋଲିୟା, ବଂଶୀଲାଲ ଗୁରଜର ପ୍ରାର୍ଥୀ ହୋଇଛନ୍ତି ।
୨୦୧୯ ଭଳି ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବୁଧବାର ସେ ରେଳବାଇ ଓ ବିଏସଏନଏଲ୍ ପ୍ରକଳ୍ପର ସମୀକ୍ଷା କରିବେ । ରାତିରେ ରେଳବାଇ ଗେଷ୍ଟ ହାଉସରେ ରାତ୍ରୀଯାପନ କରିବେ । ଗୁରୁବାର ସନ୍ଧ୍ୟା ୬ଟା ୪୦ ମିନିଟ୍ରେ ସେ ଭୁବନେଶ୍ୱର ଛାଡ଼ିବେ । ଗୁରୁବାର ଦିନ ସେ ରାଜ୍ୟସଭା ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କୁହାଯାଉଛି ।
ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରିଛି ବିଜେଡି । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ଘୋଷଣା କରିଛି । ଓଡ଼ିଶାରୁ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷିତ ହୋଇଛନ୍ତି । ଅଶ୍ବିନୀ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ଅଛି । ଗତଥର ମଧ୍ୟ ବିଜେଡି ସମର୍ଥନରେ ଅଶ୍ବିନୀ ବୈଷ୍ଣବ ଜିତିଥିଲେ ।