ଦୋକାନ ଊପରକୁ ମାଡିଗଲା ବସ
ଆଠଗଡ ଥାନା ପାଖ ଗୋପବନ୍ଧୁ ଛକରେ ଦୋକାନ ଉପରକୁ ମାଡିଗଲା ବସ ।

ଆଠଗଡ ଥାନା ପାଖ ଗୋପବନ୍ଧୁ ଛକରେ ଦୋକାନ ଉପରକୁ ମାଡିଗଲା ବସ । ଛକରେ ଏକ ଅଟୋକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଯାଇଥିଲା ।। ବସଟି ଆଠଗଡ ନିଧିପୁର ସ୍ଥିତ ଆରତୀଷ୍ଟିଲ ପ୍ଲାଣ୍ଟ ହୋଇଥିବା ବେଳେ ଢେଙ୍କାନାଳ ରୁ ପ୍ଲାଣ୍ଟକୁ କର୍ମଚାରୀ ଆଣିବା ପାଇଁ ଯାଉଥିଲା ।
ଦୁର୍ଘଟଣାରେ ଅଳ୍ପକେ ଦୋକାନି ବର୍ତ୍ତିଯାଇଥିବା ବେଳେ ବସର ଡ୍ରାଇଭର , ଓ ଅଟୋର ଡ୍ରାଈଭର ଗୁରୁତର ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ଅସ୍ପଆ ଥିବା ବେଳେ ଘଟଣା ସ୍ଥଳରେ ଆଠଗଡ ବସଟିକୁ ଜବତ କରି ତଦନ୍ତ କରୁଛି l