ମୟୁରଭଞ୍ଜ ପୋଲିସ କୁ ବଡ ସଫଳତା
ମୟୁରଭଞ୍ଜ ପୋଲିସକୁ ବଡ ସଫଳତା, ୨୧ ଜଣ ଶିକାରୀଙ୍କୁ ଗିରଫ ସହ ୧୬୫ଟି ବନ୍ଧୁକ ଜବତ

ମୟୁରଭଞ୍ଜ ଜିଲ୍ଲା ପୋଲିସକୁ ଆଜି ବଡଧରଣର ସଫଳତା ମିଳିଛି | ଶିମିଳିପାଳ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ କରି ମୟୁରଭଞ୍ଜ ପୋଲିସ ଆଜି ୨୧ ଜଣ ଶିକାରୀଙ୍କୁ ଗିରଫ କରିଥିବାବେଳେ ୧୬୫ଟି ଦେଶୀ ବନ୍ଧୁକ ଜବତ କରିଛି | ଫରେଷ୍ଟର ମାଥି ହାଁସଦାଙ୍କ ଶିକାରୀ ଗୁଳିରେ ମୃତ୍ୟୁ ଘଟିବା ପରେ ଜୁନ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନରେ ଜିଲ୍ଲାର ୧୪ଟି ଥାନାରେ ଆଜି ପର୍ଯ୍ୟନ୍ତ ୨୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିବା ବେଳେ ୧୬୫ଟି ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି କାରଖାନା ମଧ୍ୟ ଠାବ କରାଯାଇଛି l
ଏହା ସହିତ ୫୦୦ ଗନ ପାଉଡର , ବଜ୍ରକାପ୍ତା କାତି, ହରିଣ ସିଂଘ ସହିତ ଅନେକ ଯନ୍ତ୍ରାଂଶ ମଧ୍ୟ ଜବତ କରିଛି ପୁଲିସ । ଆଜି ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ବାରିପଦା ଗସ୍ତ ଅବସରରେ ଶିମିଳିପାଳ ସୁରକ୍ଷା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରାଯିବା ନେଇ ସୂଚନା ରହିଛି ।