ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପୁଣି ବିରୋଧ

ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପୁଣି ବିରୋଧ । ଆଜି ଭିକେ ପାଣ୍ଡିଆନଙ୍କୁ ପୁଣି ବିରୋଧ କରାଯିବା ସହ ତାଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜଣେ ଯୁବକ ପାଣ୍ଡିଆନ୍‌ଙ୍କୁ ଟମାଟୋ ଫିଙ୍ଗିଛନ୍ତି । ଟମାଟୋ ଫିଙ୍ଗିବା ସମୟରେ ସଂପୃକ୍ତ ଯୁବକକୁ ପୋଲିସ ଓ କିଛି BJD କର୍ମୀ ଆୟତ୍ତ କରିଛନ୍ତି । ପରେ ଯୁବକ ଜଣଙ୍କୁ BJD କର୍ମୀମାନେ ନିର୍ଧୂମ ମାଡ଼ ମାରିଛନ୍ତି ।

ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ BJD କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଣ୍ନ ଉଠୁଛି 5T ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତିରେ BJDର କର୍ମୀମାନେ କିପରି ଯୁବକଙ୍କୁ ମାଡ଼ ମାରୁଛନ୍ତି ? ଆଇନ୍‌କୁ ହାତକୁ ନେଇ କିପରି ଏପରି ବ୍ୟବହାର କରୁଛନ୍ତି BJD କର୍ମୀ ? ଏପରି ଦୃଶ୍ୟ ରାଜ୍ୟ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି ।