ଆଜି ଖୋଲିବ ରହସ୍ୟ
ଖୋଲିବ ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ଖୋଲିବ ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର। ଯାହା ଜାଣିବାକୁ ଅନେଇ ବସିଛନ୍ତି ଶହ ଶହ ଜଗନ୍ନାଥ ପ୍ରେମୀ । କମିଟିର ସଦସ୍ୟମାନେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ତେବେ ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ପ୍ରଥମେ ପତିତପାବନଙ୍କ ପାଖରେ ପୂଜାର୍ଚ୍ଚନ କରିବା ପରେ, ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି ।
ତେବେ ମିଳିଥିବା ସୂଚନା ମୁତାବକ, ଦିନ ଗୋଟାଏ ୨୮ ମିନିଟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯିବେ ୧୧ ଜଣ ସଦସ୍ୟ । ଏମାନଙ୍କ ମଧ୍ୟରେ ଅଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, କମିଟି ସଦସ୍ୟ ସି.ବି.କେ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ଦୁର୍ଗାଦାସ ମହାପାତ୍ର, ତଢଉ କରଣ, ଦେଉଳ କରଣ, ଗଜପତିଙ୍କ ପ୍ରତିନିଧି, ଛତିଶାନିଯୋଗ ମହାନାୟକ,ଭଣ୍ଡାର ମେକାପ ପ୍ରମୁଖ ।
ସେପଟେ ଆଜି ଗଣତି ହେବନି, ଖାଲି ଖୋଲାଯିବ ରତ୍ନଭଣ୍ଡାର । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ସେ କହିଛନ୍ତି ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ । ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ । ତେଣୁ ଆଜି ଗଣତି ହେବନି, ଭିତର ଓ ବାହାରର ଚାବି ଖୋଲାଯିବ । ଭିତର ଓ ବାହାରର ଚାବି ଖୋଲାଯାଇ ସିଫ୍ଟିଂ ହେବ ।