ବଢ଼ୁଛି କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳର ଚର୍ଚ୍ଚା

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବଦଳିପାରେ ମୋଦୀ ମନ୍ତ୍ରମଣ୍ଡଳ । ଏହି ଚର୍ଚ୍ଚା ଭିତରେ ଓଡିଶାର ତିନି ମନ୍ତ୍ରୀ ବାଦ୍ ପଡିବା ନେଇ ମଧ୍ୟ ଚର୍ଚ୍ଚା ବଢିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ୱବ ଓ ବିଶ୍ୱେଶର ଟୁଡୁ ବାଦ ପଡିପାରନ୍ତି । ଆଉ ନୂଆ ମୁହଁ ଭାବେ ଜୁଏଲ ଓରାମ, ସୁରେଶ ପୂଜାରୀ ଏବଂ ସଙ୍ଗୀତା ସିଂଦେଓଙ୍କ ନାମ ଚର୍ଚ୍ଚା ହେଉଛି । ତେବେ ବାଦ୍ ପଡିବାର କାରଣ ଏବଂ ସାମିଲ ହେବାର ଆଧାର ଭିନ୍ନ ଭିନ୍ନ ରହିଛି ।
ଧର୍ମେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ସାଂଗଠନିକ ଦାୟିତ୍ୱ ଦେଇପାରେ ବିଜେପି
୨୦୨୪ ପୂର୍ବରୁ ବିଜେପିକୁ ସଂଗଠନ ମଜବୁତ ଚିନ୍ତା
ୟୁପି ନିର୍ବାଚନରେ ଦଳକୁ ଜିତାଇବାରେ ବଡ ଭୂମିକା ନେଇଥିଲେ ଧର୍ମେନ୍ଦ୍ର
ପଶ୍ଚିମବଙ୍ଗ ନନ୍ଦିଗ୍ରାମ ବିଧାନସଭା ଆସନ ଦାୟିତ୍ୱରେ ଥିଲେ
ଧର୍ମେନ୍ଦ୍ରଙ୍କ ରଣନୀତି ମମତା ବାନାର୍ଜୀଙ୍କୁ ପରାଜୟର ସ୍ୱାଦ ଚଖାଇଥିଲା
ନଡ୍ଡା ଦଳର ସଭାପତି ହେବା ବେଳେ ଧର୍ମେନ୍ଦ୍ରଙ୍କ ନା ମଧ୍ୟ ଚର୍ଚ୍ଚାରେ ଥିଲା
ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ତାଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ
ସାଧାରଣ ନିର୍ବାଚନରେ ଅଶ୍ୱିନୀ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି
ଏବେ ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସହ ମିଶି ଭୋଟ୍ ବ୍ୟାଙ୍କ ସଜାଡିପାରନ୍ତି ରେଳ ମନ୍ତ୍ରୀ
ମନ୍ତ୍ରିମଣ୍ଡଳକୁ ଫେରିପାରନ୍ତି ବରିଷ୍ଠ ନେତା ଜୁଏଲ ଓରାମ
ତାଙ୍କୁ ଟିମକୁ ଆଣି ଆଦିବାସୀ ଭୋଟ୍ ବ୍ୟାଙ୍କକୁ ଆକୃଷ୍ଟ କରିପାରନ୍ତି ମୋଦୀ
ବିଜେପିର ଗଡ ପଶ୍ଚିମ ଓଡିଶା ବି ପାଇପାରେ ପ୍ରତିନିଧିତ୍ୱ
ସଙ୍ଗୀତା ସିଂଦେଓଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ନେଇ ବଢୁଛି ଚର୍ଚ୍ଚା
ଏହାଦ୍ୱାରା ମହିଳା କାର୍ଡ ବି ଖେଳିପାରେ କେନ୍ଦ୍ର
ଚର୍ଚ୍ଚା ତାଲିକାରେ ବି ଅଛି ସୁରେଶ ପୂଜାରୀ ଓ ଅପରାଜିତା ଷଡଙ୍ଗୀଙ୍କ ନାଁ