ରାଜଧାନୀର ବଡ଼ ହସ୍ପିଟାଲରେ ବଡ଼ ଅବ୍ୟବସ୍ଥା
କ୍ୟାପିଟାଲ ହସ୍ପିଟାଲ ପରିସରରୁ ହଟୁନି ଅଳିଆ। ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁ ଅଳିଆ ଉଠି ପାରୁନାହିଁ

କ୍ୟାପିଟାଲ ହସ୍ପିଟାଲ ପରିସରରୁ ହଟୁନି ଅଳିଆ। ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁ ଅଳିଆ ଉଠି ପାରୁନାହିଁ ।
କନକବ୍ୟୁରେ: ରାଜଧାନୀର ବଡ଼ ହସ୍ପିଟାଲରେ ବଡ଼ ଅବ୍ୟବସ୍ଥା। କ୍ୟାପିଟାଲ ହସ୍ପିଟାଲ ପରିସରରୁ ହଟୁନି ଅଳିଆ। ସଫେଇ କର୍ମଚାରୀଙ୍କ ଧାରଣା ଯୋଗୁ ଅଳିଆ ଉଠି ପାରୁନାହିଁ। ଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ ପରିସର।
ଗତକାଲି ଠୁସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନକହିବା ଭଲ। ଦରମା ବୃଦ୍ଧି ସହ ଦଶହରା ବୋନସ୍ ପାଇଁ ଦାବି କରିଛନ୍ତି ସଫେଇ କର୍ମଚାରୀ।
ଏହା ସହ ୪ ଦିନ ବାଧ୍ୟତାମୂଳକ ଛୁଟି ନନେବା ପାଇଁ ଦାବି ହୋଇଛି। ବାଧ୍ୟତାମୂଳକ ଛୁଟି ଯୋଗୁ ସେମାନଙ୍କ ଦରମା କଟିଯାଉଥିବା ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି।